ରାୟଗଡା: କାଶୀପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ ପଞ୍ଚାୟତ ପୋଡାପଦର ଗ୍ରାମର ଅଘଟଣ । ହରେକୃଷ୍ଣ ଝୋଡ଼ିଆ ନିଜ ଗ୍ରାମ କାନ୍ଦୁଲ ଭଜା କ୍ଷୁଦ୍ର ଜଳଛୟା ପ୍ରକଳ୍ପ ଡ୍ୟାମକୁ ଯାଇ ଗାଧୋଇବା ସମୟରେ ଗୋଡ ଖସିଯିବା ଫଳରେ ଗଭୀର ଜଳକୁ ଚାଲିଯାଇଥିଲେ । ସେହି ସମୟରେ କିଛି ଲୋକ ତାଙ୍କ ଚିତ୍କାର ଶୁଣି ପାଖ ଆଖରେ ଥିବା ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ପହଞ୍ଚିବା ପୂର୍ବରୁ ହରେକୃଷ୍ଣ ପାଣି ଭିତରରେ ବୁଡ଼ି ଯାଇଥିଲେ ।
ଜଳଛୟା ପ୍ରକଳ୍ପ ଡ୍ୟାମରେ ବୁଡି ନାବାଳକ ନିଖୋଜ - water project dam minor drown news
କାଶୀପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ ପଞ୍ଚାୟତ ପୋଡାପଦର ଗ୍ରାମର ଅଘଟଣ । ହରେକୃଷ୍ଣ ଝୋଡ଼ିଆ ନିଜ ଗ୍ରାମ କାନ୍ଦୁଲ ଭଜା କ୍ଷୁଦ୍ର ଜଳଛୟା ପ୍ରକଳ୍ପ ଡ୍ୟାମକୁ ଗାଧୋଇବାକୁ ଯାଇ ଗୋଡ ଖସିଯିବାରୁ ଗଭୀର ଜଳକୁ ଚାଲିଯାଇଥିଲେ । ଅଧିକ ପଢନ୍ତୁ

ଜଳଛୟା ପ୍ରକଳ୍ପ ଡ୍ୟାମରେ ବୁଡି ନାବାଳକ ନିଖୋଜ
ଜଳଛୟା ପ୍ରକଳ୍ପ ଡ୍ୟାମରେ ବୁଡି ନାବାଳକ ନିଖୋଜ
ବହୁ ଖୋଜା ଖୋଜି ପରେ ହରେକୃଷ୍ଣଙ୍କ କୌଣସି ପତା ନମିଳିବାରୁ ଗ୍ରାମବାସୀ ମାନେ ତୁରନ୍ତ ପୋଲିସ ଏବଂ କାଶୀପୁର ବ୍ଲକ ସଦର ମହକୁମାରେ ଅବସ୍ଥିତ ଦମକଳ ବାହିନୀକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଦମକଳ ବାହିନୀ ତୁରନ୍ତ ତାଙ୍କ ଟିମ୍ ସହ ଡ୍ୟାମ ନିକଟରେ ପହଞ୍ଚି ଖୋଜାଖୋଜି ପରେ ମଧ୍ୟ ହରେକୃଷ୍ଣଙ୍କ ପତ୍ତା ମିଳିନାହିଁ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ