ଓଡିଶା

odisha

ETV Bharat / state

ନାଗାବଳୀରେ କେମିତି ବାପା ଆଗରେ ଭାସିଗଲା ପୁଅ, ଦେଖନ୍ତୁ ଭିଡିଓ

ନାଗାବଳୀ ନଦୀରେ ଗାଧୋଉ ଥିବାବେଳେ କେମିତି ଭାସିଗଲା କୁନି ପୁଅ । ସାମ୍ନାକୁ ଆସିଲା ଅଘଟଣ ସମୟର ଭିଡିଓ । ଅଧିକ ପଢନ୍ତୁ

By

Published : Aug 28, 2022, 11:53 AM IST

ନାଗାବଳୀରେ କେମିତି ବାପା ଆଗରେ ଭାସିଗଲା ପୁଅ, ଦେଖନ୍ତୁ ଭିଡିଓ
ନାଗାବଳୀରେ କେମିତି ବାପା ଆଗରେ ଭାସିଗଲା ପୁଅ, ଦେଖନ୍ତୁ ଭିଡିଓ

ରାୟଗଡା:ନାଗାବଳୀ ନଦୀରେ ଗାଧୋଉଥିବା ବେଳେ ବାପା ସାମ୍ନାରେ ପୁଅ ଭାସିଯିବା ଘଟଣା(Minor Boy Swept Away In Nagabali River) । ସାମ୍ନାକୁ ଆସିଛି ଏହି ଅଘଟଣ ସମୟର ଭିଡିଓ । ବାପା ଓ ତିନି କୁନି କୁନି ପୁଅ ଗାଧୋଉଥିବା ସମୟରେ କେମିତି ସାନପୁଅ ପ୍ରଖର ସୁଅର ଭାସି ଯାଇଥିଲା ତାହାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ଜିଲ୍ଲାର ଚଲାପଦା ଗ୍ରାମ ନିକଟରୁ ମୃତ ଶିଶୁପୁତ୍ର ଏ.ଅମରେଶରଙ୍କ ମୃତଦେହ ଉଦ୍ଧାର ହୋଇଥିବାର ସୂଚନା ମିଳିଛି ।

ନାଗାବଳୀରେ କେମିତି ବାପା ଆଗରେ ଭାସିଗଲା ପୁଅ, ଦେଖନ୍ତୁ ଭିଡିଓ

ଉଲ୍ଲେଖଯୋଗ୍ୟ, ଗତ ୨୫ ତାରିଖ ଦିନ ଏହି ଅଘଟଣ ଘଟିଥିଲା । ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳର ସି. ଗୋପାଳକ୍ରିଷ୍ଣାଙ୍କ ପରିବାର ନାଗାବଳୀ ନଦୀର ଝୁଲା ପୋଲ ବୁଲିବାକୁ ଆସିଥିଲେ । ତିନି ପୁଅଙ୍କ ସହ ବାପା ନାଗାବଳୀରେ ଗାଧୋଉଥିଲେ । ହେଲେ ହଠାତ୍ ପାଣି ସୁଅରେ ଭାସି ଯାଇଥିଲେ ପିଲା । ବାପା ସି. ଗୋପାଳକୃଷ୍ଣ ଦୁଇ ପୁଅକୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ । ହେଲେ ୫ ବର୍ଷର ସାନପୁଅ ଅମରେଶ ଭାସି ଯାଇଥିଲା । ପୁଅକୁ ବଞ୍ଚାଇବା ପାଇଁ ବାପା ନିଜେ ନଦୀଗର୍ଭକୁ ଡେଇଁ ପଡିଥିଲେ । କିନ୍ତୁ ପ୍ରଖର ସୁଅ ଯୋଗୁଁ ସେ ମଧ୍ୟ ନଦୀ ମଝିରେ ଫସି ଯାଇଥିଲେ ।

ଏହାମଧ୍ୟ ପଢନ୍ତୁ:ପର୍ଯ୍ୟଟନ ସ୍ଥଳରୁ ଡେଥଜୋନ ପାଲଟିଛି ନାଗାବଳୀ ନଦୀର ଝୁଲାପୋଲ ! ନେଲାଣି ୨୭ ମୁଣ୍ଡ

ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ବାପା ଗୋପାଳକୃଷ୍ଣଙ୍କୁ ଉଦ୍ଧାର କରିଥିଲା । କିନ୍ତୁ ସାନପୁଅର କୌଣସି ପତ୍ତା ମିଳିନଥିଲା । ଶେଷରେ ପାର୍ବତୀପୁରମ ଜିଲ୍ଲାର ଚଲାପଦା ଗ୍ରାମ ନିକଟରୁ ଉଦ୍ଧର ହେଲା ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି ।

ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ ରାୟଗଡା ଜିଲ୍ଲାରେ ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ । ପ୍ରତ୍ୟେକ ଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ପର୍ଯ୍ୟଟକ ଏଠାକୁ ଆସନ୍ତି । ଅନେକ ପର୍ଯ୍ୟଟକ ଝୁଲାପୋଲ ବୁଲିବା ପରେ ନଦୀକୁ ଯାଇ ଗାଧୋଇବା ସହ ପଥର ଶଯ୍ୟାରେ ଫଟୋ ଉଠାଇଥାନ୍ତି । କିନ୍ତୁ ଏହି ସମୟରେ ଟିକିଏ ଅସାବଧାନତା ଯୋଗୁଁ ନାଗାବଳୀର ପ୍ରଖର ସ୍ରୋତରେ ଭାସି ଅନେକ ସମୟରେ ପର୍ଯ୍ୟଟକ ପ୍ରାଣ ହରାଉଛନ୍ତି । ୨୦୧୭ ମସିହାରେ ଏହି ଝୁଲାପୋଲ ନିର୍ମାଣ ପର ଠାରୁ ବୁଲିବାକୁ ଆସି ୬ ପର୍ଯ୍ୟଟକ ନାଗାବଳୀରେ ବୁଡ଼ି ମରିଥିଲେ ଥିବାବେଳେ ୨୦୧୮ରେ ୮ ଜଣ, ୨୦୧୯ରେ୬, ୨୦୨୦ରେ ଜଣେ, ୨୦୨୧ରେ ୨ ଜଣ, ୨୦୨୨ରେ ବର୍ତ୍ତମାନ ସୁଧା ୨ ଜଣ ପର୍ଯ୍ୟଟକଙ୍କ ଜୀବନ ଗଲାଣି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details