ରାୟଗଡା: ପଦ୍ମଶ୍ରୀ ଶାନ୍ତିଦେବୀଙ୍କୁ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ଶୁଭେଚ୍ଛା । ବିଶିଷ୍ଟ ସମାଜସେବା ପାଇଁ ଶାନ୍ତିଦେବୀ ପଦ୍ମଶ୍ରୀ ଘୋଷଣା ପରେ ଗୁଣପୁର ସେବା ସମାଜରେ ଜମୁଛି ନେତା ମନ୍ତ୍ରୀଙ୍କ ଭିଡ ।
ପଦ୍ମଶ୍ରୀ ଶାନ୍ତିଦେବୀଙ୍କୁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ, ସାଂସଦ ଓ ବିଧାୟକ - Padma Shri Shantidevi
ବିଶିଷ୍ଟ ସମାଜସେବା ପାଇଁ ଶାନ୍ତିଦେବୀଙ୍କୁ ପଦ୍ମଶ୍ରୀରେ ସମ୍ମାନିତ ନେଇ ଘୋଷଣା କରାଯାଇଛି । ଯାହାକୁ ନେଇ ରାୟଗଡାରେ ଖୁସିର ଲହରୀ ଖେଳି ଯାଇଥିବାବେଳେ ଶାନ୍ତିଦେବୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ମନ୍ତ୍ରୀ, ବିଧାୟକ । ଅଧିକ ପଢନ୍ତୁ...
ପଦ୍ମଶ୍ରୀ ଶାନ୍ତିଦେବୀଙ୍କୁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ, ସାଂସଦ ଓ ବିଧାୟକ
ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ରାଜ୍ୟ ଆଦିବାସୀକଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜୁ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାଶ, ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ପ୍ରମୁଖ ତାଙ୍କ ଗୁଣପୁର ସ୍ଥିତ ସେବା ସମାଜକୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସେବା ସମାଜର ଏକ ୱେବସାଇଟକୁ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଉନ୍ମୋଚିତ କରିଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ