ରାୟଗଡା: ମନ୍ତ୍ରୀ ଜଗନ୍ନାଥ ସାରକା ଜିଲ୍ଲାର ବିଭିନ୍ନ ଗ୍ରାମକୁ ବୁଲି ଯାଇ ମିଶନ ଇ-ସୁବିଦ୍ୟା କାର୍ଯ୍ୟକ୍ରମର ସ୍ଥିତି ପରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ବିଦ୍ୟାର୍ଥି ମାନଙ୍କୁ ଦିଆଯାଉଥିବା ଅନଲାଇନ ଶିକ୍ଷା ବ୍ୟବସ୍ଥାର ସ୍ଥିତି ଦେଖିଥିଲେ । ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ଗାଁରେ ରହୁଥିବା ପିଲାଙ୍କୁ ଶିକ୍ଷାଦାନ ଦିଆଯାଉଛି । ମେଣ୍ଟରସିପ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷକମାନେ ପ୍ରତି ସପ୍ତାହରେ 5ଟି ଗ୍ରାମକୁ ଯାଇ ପିଲାଙ୍କୁ ଶିକ୍ଷାଦାନ ପ୍ରଦାନର ବ୍ୟବସ୍ଥା ହୋଇଛି ।
ଏହି କ୍ରମରେ ଆଜି ମନ୍ତ୍ରୀ ସାରକା ସହ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି କୋଲନରା ବ୍ଲକର ଅନକାବାଡି ଓ ରାୟଗଡା ବ୍ଲକର ଉତ୍କପାଡୁ ଏବଂ ବୀର ନାରାୟଣପୁର ଗ୍ରାମକୁ ଯାଇ ଇ-ସୁବିଦ୍ୟାର ସ୍ଥିତି ପରଖିଥିଲେ । ପ୍ରଥମେ ମନ୍ତ୍ରୀ ଅନକବାଡି ଯାଇ ଏ ଶିକ୍ଷାଦାନକୁ ଦେଖିଥିଲେ । ଏବଂ ପିଲାଙ୍କୁ ଅନଲାଇନ ଶିକ୍ଷାଦାନ ସମ୍ପର୍କରେ ପଚାରି ବୁଝିଥିଲେ ।