ରାୟଗଡା:ମହାମାରୀ ଯୋଗୁଁ ଦୁର୍ଗମ ଗ୍ରାମାଞ୍ଚଳରେ ଦୁର୍ଦ୍ଦଶା ଭୋଗୁଥିବା ଅଭାବି ଗରିବ, ଗୁରୁବା ପରିବାର ଲୋକଙ୍କ ପାଇଁ ସହାୟତା ହାତ ବଢାଇଛନ୍ତି ରାୟଗଡା ମିଲର୍ସ ସଂଘ । ୧୨୯ଟି ରାଇସ ମିଲ୍ସକୁ ଗଠିତ ଏହି ସଂଘ କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ଗ୍ରାମାଞ୍ଚଳ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ ପାଇଁ ଆଗେଇ ଆସିଛନ୍ତି ।
ଆଜି ଜିଲା ମୁଖ୍ୟାଳୟ ପରିସରରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସବୁଜ ପତାକା ଦେଖାଇ ରିଲିଫ ସାମଗ୍ରୀ ଯାଉଥିବା ଚାରି ଚକିଆ ଯାନକୁ ଶୁଭାରମ୍ଭ କରିଥିଲେ । ଏହା ଗାଡି ଆଗାମୀ ଦିନରେ ଜିଲ୍ଲାର ୧୧ ଟି ବ୍ଲକରେ ବୁଲି ଲୋକଙ୍କୁ ରିଲିଫ ପ୍ୟାକେଟ ବିତରଣ କରିବ ବୋଲି ଜଣାଯାଇଛି ।