ଓଡିଶା

odisha

ETV Bharat / state

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ରାୟଗଡା ସାମ୍ବାଦିକ ସଂଘର ନିନ୍ଦା - ରାୟଗଡା କାର୍ଯ୍ୟରତ ସାମ୍ବାଦିକଙ୍କ ନିନ୍ଦା

ଭୁବନେଶ୍ବରରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣାକୁ ରାୟଗଡାର କାର୍ଯ୍ୟରତ ସାମ୍ବାଦିକମାନେ ନିନ୍ଦା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

rayagada
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ରାୟଗଡା ସାମ୍ବାଦିକ ସଂଘର ନିନ୍ଦା

By

Published : Dec 29, 2019, 9:14 PM IST

ରାୟଗଡା: ଭୁବନେଶ୍ବରରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣାକୁ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ ସାମ୍ବାଦିକମାନେ ନିନ୍ଦା କରିଛନ୍ତି । ଏନେଇ କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଏସପି ଡ. ସର୍ବଣା ବିବେକ ଏମଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ରରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ମଲ’ର କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଯଥାଶୀଘ୍ର ଆଇନ ପ୍ରଣୟନ କରିବାକୁ ଦାବି କରାଯାଇଛି ।

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ରାୟଗଡା ସାମ୍ବାଦିକ ସଂଘର ନିନ୍ଦା

ସୂଚନାଯୋଗ୍ୟ, ବେଆଇନ ପାର୍କିଂ ଫି’ ଆଦାୟ ପ୍ରସଙ୍ଗରେ ଖବର ପ୍ରସାରଣ କରିବାକୁ ଯାଇଥିବା ଗୋଟିଏ ଗଣମାଧ୍ୟମ ସଂସ୍ଥାର ମହିଳା ସାମ୍ବାଦିକ ସ୍ବାତୀ ଜେନା ଓ କ୍ୟାମେରା ମ୍ୟାନ ପ୍ରମୋଦ କୁମାର ମହାପାତ୍ରଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଅଭିଯୋଗ ହୋଇଥିଲା । ମଲର କର୍ମଚାରୀ ଏହି ଘଟଣାରେ ସଂପୃକ୍ତିଥିବା ଅଭିଯୋଗ ହୋଇଛି ।

ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ଏପରି ଆକ୍ରମଣ ଘଟଣା ସାମ୍ବାଦିକଙ୍କ ସୁରକ୍ଷା ଦିଗରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାଜଧାନୀରେ ସାମ୍ବାଦିକମାନେ ସୁରକ୍ଷିତ ନ ଥିବା ବେଳେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକମାନେ କେତେ ସୁରକ୍ଷିତ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details