ରାୟଗଡ଼ା: ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା 32ତମ ସଡକ ସୁରକ୍ଷା ମାସ ଅବସରରେ ସହରରେ ଏକ ମେଗା ବାଇକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ବାଇକ ରାଲିକୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଏସପି ବିବେକାନନ୍ଦ ଶର୍ମା ମିଳିତ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ଜାତୀୟ ସଡକ ସୁରକ୍ଷା ମାସ ଅବସରରେ ମେଗା ବାଇକ ସଚେତନତା ରାଲି - ଜାତୀୟ ସଡକ ସୁରକ୍ଷା
ରାୟଗଡା ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା 32ତମ ସଡକ ସୁରକ୍ଷା ମାସ ଅବସରରେ ସହରରେ ଏକ ମେଗା ବାଇକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...
![ଜାତୀୟ ସଡକ ସୁରକ୍ଷା ମାସ ଅବସରରେ ମେଗା ବାଇକ ସଚେତନତା ରାଲି ଜାତୀୟ ସଡକ ସୁରକ୍ଷା ମାସ ଅବସରରେ ମେଗା ବାଇକ ସଚେତନତା ରାଲି](https://etvbharatimages.akamaized.net/etvbharat/prod-images/768-512-10312458-thumbnail-3x2-rgd.jpeg)
ଜାତୀୟ ସଡକ ସୁରକ୍ଷା ମାସ ଅବସରରେ ମେଗା ବାଇକ ସଚେତନତା ରାଲି
ଜାତୀୟ ସଡକ ସୁରକ୍ଷା ମାସ ଅବସରରେ ମେଗା ବାଇକ ସଚେତନତା ରାଲି
ଉକ୍ତ ବାଇକ ରାଲି ସ୍ଥାନୀୟ GCD ହାଇସ୍କୁଲ ପଡ଼ିଆରୁ ବାହାରି ସହର ପରିକ୍ରମା କରିବା ସହ ଗାନ୍ଧୀ ପାର୍କରେ ଶେଷ କରାଯାଇଛି । ଏଥିରେ ହେଲମେଟ ପିନ୍ଧି ବାଇକ ଚଲେଇବା, ଟ୍ରାଫିକ ନିୟମ ମାନିବା, ମଦ୍ୟପାନ କରି ଗାଡି ନଚଲେଇବାକୁ ସଚେତନତା ବାର୍ତା ବଣ୍ଟାଯାଇଛି ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ