ଓଡିଶା

odisha

ETV Bharat / state

ଡାକ୍ତରଖାନାରେ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ସମସ୍ୟା , ଆନ୍ଦୋଳନ ପାଇଁ ବୁଦ୍ଧିଜୀବୀଙ୍କ ସଜବାଜ - ଗୁଣୁପୁର ଉପଖଣ୍ଡ ଡାକ୍ତରଖାନା

ଗୁଣୁପୁର ଉପଖଣ୍ଡ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ସମସ୍ୟା ନେଇ ସ୍ଥାୟୀ ପ୍ରତିକାର ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ସମସ୍ୟା
permanent employment of doctors

By

Published : Mar 14, 2023, 1:16 PM IST

ରାୟଗଡା :ଗୁଣୁପୁର ଉପଖଣ୍ଡ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ସ୍ଥାୟୀ ନିଯୁକ୍ତି ସମସ୍ୟା ଆଜିର ନୁହେଁ । ଏ ହେଉଛି ଦୀର୍ଘ 25 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଚାଲି ଆସିଛି । ଗୁଣୁପୁରର ନିର୍ବାଚିତ ଜନ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ବିଫଳତା ଯୋଗୁଁ ଏଠାରେ ଗୁଣୁପୁର ସଦର ହସ୍ପିଟାଲ ସବ ଡିଭିଜନର ମାନ୍ୟତା ପାଇବା ପରେ ମଧ୍ୟ ଏଥିପ୍ରତି କୌଣସି ଗୁରୁତ୍ୱ ଦିଆଯାଇ ନାହିଁ । ଫଳରେ ଏଠାରେ 19 ଡାକ୍ତରଙ୍କ ବଦଳରେ ଆଜି ମାତ୍ର ଚାରି ଜଣ ଡାକ୍ତର ଅଛନ୍ତି । ଏନେଇ ଲୋକଙ୍କୁ ସ୍ୱାସ୍ଥ୍ୟ ସମସ୍ୟାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ତେବେ ପୂର୍ବରୁ ବହୁବାର ଗୁଣୁପୁର ଉପଖଣ୍ଡର ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଆନ୍ଦୋଳନ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ପାଇ ନ ଥିଲେ । ତେଣୁ ଆଜି ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗୁଣୁପୁର ଉପଖଣ୍ଡ ବିକାଶ ପରିଷଦ ତରଫରୁ ଆବାହକ ସତ୍ୟ ସୁନ୍ଦର କରଙ୍କ ନେତୃତ୍ୱରେ ସ୍ଥାନୀୟ କନ୍ୟାକପରମେଶ୍ୱରୀ ମନ୍ଦିରରେ ଏକ ସର୍ବଦଳୀୟ ତଥା ଗୁଣୁପୁରର ସମସ୍ତ ବୁଦ୍ଧିଜୀବୀ ସାମ୍ବାଦିକ ନିର୍ବାଚିତ ପ୍ରତିନିଧି ଏବଂ ଯୁବବର୍ଗଙ୍କୁ ନେଇ ଏହି ବୈଠକ ହୋଇଥିଲା । ବୈଠକରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏବଂ 5T ସଚିବ ଭିକେ ପାଣ୍ଡିଆନଙ୍କୁ ଗୁଣୁପୁର ସଦର ହସ୍ପିଟାଲକୁ 5T ଯୋଜନାରେ ସାମିଲ କରିବା ଏବଂ ଭିତ୍ତିଭୂମି ପାଇଁ ପ୍ରାୟ 20 କୋଟିର ଆର୍ଥିକ ସହାୟତା ରାଶି ଦେଇ ଥିବାରୁ ଧନ୍ୟବାଦ ଦିଆଯାଇଥିଲା ।

ସେହିପରି ଏହି ବୈଠକରେ ଖାଲି ପଡିଥିବା ସ୍ଥାୟୀ ଡାକ୍ତରଙ୍କୁ ତୁରନ୍ତ ନିଯୁକ୍ତି ପାଇଁ ଦାବି କରାଯିବା ସହ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ବରିଷ୍ଠ ଓକିଲ ଉମା ପଟ୍ଟନାୟକ, ବ୍ରହ୍ମାନନ୍ଦ ପଟ୍ଟନାୟକ, ରାଜୁ ସାହୁ, ପ୍ରମୋଦ ସାହୁ , ୱାଇ ଗଣପତି, ଜୟଦେବ ପଣ୍ଡା, ସୁରେନ୍ଦ୍ର ମହାନ୍ତି, ବାସା ଶତପଥୀ, ରାମ ପଣ୍ଡା, ବିଜୟ ଗମାଙ୍ଗ, ଅନିଲ ସାହୁକାର, ଏସ ବାବା ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ଏହି କମିଟି ଖୁବଶୀଘ୍ର ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ସଚିବ ଭି କେ ପାଣ୍ଡିଆନ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏବଂ ବିଜୁ ସ୍ୱାସ୍ଥ୍ୟ ଯୋଜନା ଉପଦେଷ୍ଟା ସୁଧୀର ଦାସଙ୍କୁ ଭେଟି ଏ ବାବଦରେ ଏକ ସ୍ମାରକ ପତ୍ର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଖୁବଶୀଘ୍ର ଏହି କମିଟି ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରିବେ ବୋଲି ଜଣାପଡିଛି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details