ରାୟଗଡା: ଜିଲ୍ଲାରେ ଚଳିତ ବର୍ଷର ମାଟ୍ରିକ ଖାତାଦେଖା ଆରମ୍ଭ ହୋଇଛି । ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲର ପରୀକ୍ଷା ଖାତାଦେଖା କେନ୍ଦ୍ରରେ ମୁଲ୍ୟାୟନ ପ୍ରକ୍ରିୟା ଚାଲିଛି । ୧୬ ଜଣ ଚିଫ୍ ଏଗଜାମିନର, ୩୨ ଜଣ ଡେପୁଟି ଚିଫ୍ ଏଗଜାମିନର, ୩୨ ଜଣ ସ୍କୁଟିନାଇଜର ଓ ୨୬୪ ଜଣ ଆସିଷ୍ଟାଣ୍ଡ ଏଗ୍ଜାମିନରଙ୍କୁ ମିଶାଇ ମୋଟ ୩୪୪ ଜଣ ଶିକ୍ଷକଙ୍କୁ ଖାତା ଦେଖାରେ ନିୟୋଜିତ କରାଯାଇଛି ।
ରାୟଗଡାରେ ମାଟ୍ରିକ ଖାତାଦେଖା ଆରମ୍ଭ, କୋରୋନା ପାଇଁ ବ୍ୟାପକ ବ୍ୟବସ୍ଥା - ରାୟଗଡାରେ ମାଟ୍ରିକ ଖାତାଦେଖା
ରାୟଗଡା ଜିଲ୍ଲାରେ ଚଳିତ ବର୍ଷର ମାଟ୍ରିକ ଖାତାଦେଖା ଆରମ୍ଭ । କୋରୋନାକୁ ଦୃଷ୍ଟିରେ ରଖି ଖାତାଦେଖା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ...
![ରାୟଗଡାରେ ମାଟ୍ରିକ ଖାତାଦେଖା ଆରମ୍ଭ, କୋରୋନା ପାଇଁ ବ୍ୟାପକ ବ୍ୟବସ୍ଥା ରାୟଗଡାରେ ମାଟ୍ରିକ ଖାତାଦେଖା ଆରମ୍ଭ](https://etvbharatimages.akamaized.net/etvbharat/prod-images/768-512-6451042-thumbnail-3x2-rgd.jpg)
ରାୟଗଡାରେ ମାଟ୍ରିକ ଖାତାଦେଖା ଆରମ୍ଭ
ରାୟଗଡାରେ ମାଟ୍ରିକ ଖାତାଦେଖା ଆରମ୍ଭ
ଅନ୍ୟପକ୍ଷେ କୋରୋନାକୁ ଦୃଷ୍ଟିରେ ରଖି ଖାତାଦେଖା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ପରୀକ୍ଷକଙ୍କୁ ହାତଧୋଇ ମୁଲ୍ୟାୟନ କେନ୍ଦ୍ରରେ ପ୍ରବେଶ କରିବା ସହ ଆବଶ୍ୟକୀୟ ବ୍ୟବଧାନରେ ବସିବା ପାଇଁ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ
Last Updated : Mar 18, 2020, 2:27 PM IST