ଓଡିଶା

odisha

ETV Bharat / state

ବର୍ଷା ଦେବୀ ବୁରୁଦଲାପାଲାମାଙ୍କ ମୌସୁମୀ ଯାତ୍ରା - ବର୍ଷା

ବିଶ୍ବାସ ଓ ପରମ୍ପରାର ଅନନ୍ୟ ଯାତ୍ରା ମୌସୁମୀ ଯାତ୍ରା । ମା' ଙ୍କୁ ପୂଜା କଲେ ଆସିଥାଏ ମୌସୁମୀ ଆଉ ହୋଇଥାଏ ବର୍ଷା ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ରାୟଗଡା

By

Published : Jun 23, 2019, 7:04 PM IST


ରାୟଗଡା: ନିଆରା ନିତି, ନିଆରା ପରମ୍ପରା । ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ପାଳନ ହୋଇଯାଇଛି ମୈସୁମୀ ଦେବୀ ବୁରୁଦଲାପାଲାମାଙ୍କ ଘଟଯାତ୍ରା । ରାଜ ରାଜୁଡ଼ା ସମୟରୁ ଚାଲିଆସୁଥିବା ଏହି ଯାତ୍ରା ଆଜି ମଧ୍ୟ କିମ୍ବଦନ୍ତୀକୁ ବଜାଇ ରଖିଛି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ରାୟଗଡା

କିମ୍ବଦନ୍ତୀ କହେ ଏ ହେଉଛନ୍ତି କାଦୁଅର ଦେବୀ, ଯାହାର ପୂଜା ପରେ ପରେ ରାୟଗଡ଼ାକୁ ମୌସୁମୀ ଛୁଇଁଥାଏ । ନଅଦିନ ଧରି ଚାଲିଥିବା ଏହି ଯାତ୍ରାର ଆଜି ଯବନିକା ପଡ଼ିଛି । ମାଙ୍କ ପାଦକୁ ଅସ୍ଥାୟୀ ଝାଟିମାଟିର କୁଡ଼ିଆରେ ରଖାଯାଇଛି । ଦେବୀ ଚାଲିଚାଲି ଆସିଥିବାରୁ ପରିଶ୍ରମ ଲାଘବ ପାଇଁ ଦିନଟିଏ ବିଶ୍ରାମ ପରେ ମାଙ୍କ ଆଜ୍ଞାମାଳା ଏକ ବାଉଁଶ ତାଟରେ ନେଇ ଆରମ୍ଭ ହୋଇଥିଲା ଘଟ ଯାତ୍ରା ।

ଏହି ଯାତ୍ରାକୁ ବିଶେଷ କରି କୃଷି ଭିତ୍ତିକ ଯାତ୍ରା ବୋଲି କୁହାଯାଏ । ଜୟପୁର ରାଜା ବିକ୍ରମାଦିତ୍ୟଙ୍କ ଅମଳରୁ ଏହି ଯାତ୍ରା ଚାଲି ଆସୁଥିବାବେଳେ ଆଜି ମଧ୍ୟ ଠିକ ସେହି ପରମ୍ପରାରେ ଏହି ଯାତ୍ରା ହୋଇ ଆସୁଛି । ଚଳିତ ବର୍ଷ ଏହି ଯାତ୍ରା ଉପଲକ୍ଷେ ଆନ୍ଧ୍ର ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ସେପଟେ ଚୈତ୍ର ମାସରେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମଝୀଘରିଆଣିଙ୍କ ଝାମୁଯାତ୍ରା ପରେ ସହରର ବିଭିନ୍ନ ସାହିରେ ଥିବା ପୀଠ ଗୁଡ଼ିକରେ ମାଙ୍କ ପଦଯାତ୍ରା ଅନୁଷ୍ଠିତ ହୋଇଥାଏ ।

ବିଶ୍ବାସ ଓ ପରମ୍ପରାର ଏହି ନିଆରା ଯାତ୍ରା କାହିଁ କେଉଁ କାଳରୁ ଚାଲି ଆସୁଛି । ଲୋକଙ୍କ ଏହି ବିଶ୍ବାସକୁ ଆଜି ବି ବଞ୍ଚାଇ ରଖିଛନ୍ତି ମୌସୁମୀର ଦେବୀ ବୁରୁଦଲାପାଲାମାଙ୍କ ଘଟଯାତ୍ରା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details