ଓଡିଶା

odisha

ETV Bharat / state

ଆଣ୍ଟିଜେନ ଟେଷ୍ଟ ପାଇଁ ଜିଲ୍ଲାବାସୀଙ୍କ ସହଯୋଗ ଲୋଡିଲେ ଜିଲ୍ଲାପାଳ - ରାୟଗଡା ଜିଲ୍ଲା ପ୍ରଶାସନ

କୋରୋନା ମୁକାବିଲ ପାଇଁ ରାୟଗଡା ଜିଲ୍ଲା ପ୍ରଶାସନର ବଡ ପଦକ୍ଷେପ । ଆସନ୍ତାକାଲି ( ଗୁରୁବାର) ଠାରୁ ଜିଲ୍ଲାବ୍ୟାପୀ ହେବ ଆଣ୍ଟିଜେନ ଟେଷ୍ଟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

rayagada dist
rayagada dist

By

Published : Aug 12, 2020, 10:53 PM IST

ରାୟଗଡା: କୋରୋନା ମୁକାବିଲା ପାଇଁ ଆଣ୍ଟିଜେନ ଟେଷ୍ଟ ନେଇ ଜନସାଧାରଣଙ୍କ ସହଯୋଗ ଆହ୍ୱାନ କଲା ଜିଲ୍ଲା ପ୍ରଶାସନ। । ଆଗାମୀ ଦିନରେ ଜିଲ୍ଲାରେ ଅଧିକରୁ ଅଧିକ କୋରୋନା ଆଣ୍ଟିଜେନ ଟେଷ୍ଟ କରାଇବାକୁ ରାୟଗଡା ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଥିବା ବେଳେ ଲୋକଙ୍କ ସହଯୋଗ ପାଇଁ ଆହ୍ୱାନ କରିଛନ୍ତି ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା।

ଆଣ୍ଟିଜେନ ଟେଷ୍ଟ ପାଇଁ ଜିଲ୍ଲାବାସୀଙ୍କ ସହଯୋଗ ଲୋଡିଲେ ଜିଲ୍ଲାପାଳ

ଆଜି (ବୁଧବାର) ସନ୍ଧ୍ୟାରେ ସହରର ବିଭିନ୍ନ ବର୍ଗର ପ୍ରତିନିଧିଙ୍କୁ ନେଇ ସ୍ଥାନୀୟ DRDA ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏଥିପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, PD DRDA, ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ସମେତ ବହୁ ବରିଷ୍ଠ ଅଧିକାରୀ, ବଣିକ ସଂଘ, ସାମ୍ବାଦିକ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଜିଲ୍ଲାରେ ଆସନ୍ତାକାଲି ( ଗୁରୁବାର) ଠାରୁ 27 ଟି ଟିମ ଦ୍ୱାରା ଆଣ୍ଟିଜେନ ଟେଷ୍ଟ କରାଯାଉଥିବା ବେଳେ ଅଧିକରୁ ଅଧିକ ଲୋକ ଯେପରି ଏଥିରେ ଭାଗନେଇ ଟେଷ୍ଟ କରାଇବେ ସେନେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details