ଓଡିଶା

odisha

By

Published : Dec 1, 2022, 9:37 AM IST

ETV Bharat / state

ଗେଣ୍ଡୁ ଫୁଲ ସାଜିଛି ଆଦିବାସୀଙ୍କ ରୋଜଗାରର ମାଧ୍ୟମ

କ୍ଷେତରେ ଖିଲି ଖିଲି ହସୁଛି ସୁନେଲୀ ରଙ୍ଗର ଗେଣ୍ଡୁ ଫୁଲ । ପବନରେ ଝୁମୁଛି, ଗୁଣୁ ଗୁଣୁ ଗୀତ ଗାଉଛି ଗେଣ୍ଡୁ । ଯୁଆଡେ ଆଖି ବୁଲାଇବେ ସିଆଡେ ଦେଖିବେ ଫୁଟିଛି ନାନା ରଙ୍ଗର ଗେଣ୍ଡୁ । ଆଉ ସାଜିଛି ଆଦିବାସୀଙ୍କ ରୋଜଗାରର ମାଧ୍ୟମ । ଅଧିକ ପଢନ୍ତୁ

ଗେଣ୍ଡୁ ଫୁଲ ଯୋଗାଉଛି ରୋଜଗାର
ଗେଣ୍ଡୁ ଫୁଲ ଯୋଗାଉଛି ରୋଜଗାର

ରାୟଗଡ଼ା: କ୍ଷେତରେ ଖିଲି ଖିଲି ହସୁଛି ସୁନେଲୀ ରଙ୍ଗର ଫୁଲ । ପବନରେ ଝୁମୁଛି, ଗୁଣୁ ଗୁଣୁ ଗୀତ ଗାଉଛି ଗେଣ୍ଡୁ । ଯୁଆଡେ ଆଖି ବୁଲାଇବେ ସିଆଡେ ଦେଖିବେ ଫୁଟିଛି ନାନା ରଙ୍ଗର ଗେଣ୍ଡୁ । ଆଉ ସାଜିଛି ଆଦିବାସୀଙ୍କ ଆଶା ଏବେ ରୋଜଗାରର ମାଧ୍ୟମ ।

ଗେଣ୍ଡୁ ଫୁଲ ଯୋଗାଉଛି ରୋଜଗାର

ପାହାଡ ପର୍ବତ ଘେରା ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର କେ.ଡେଙ୍ଗାସରିଗି ଗ୍ରାମ । ଗ୍ରାମରେ ବସବାସ କରୁଛନ୍ତି ପ୍ରାୟ ୬୦ ଗୋଟି ଆଦିବାସୀ ପରିବାର । ପୂର୍ବେ ଗ୍ରାମର ମହିଳାମାନେ ପାହାଡ଼ରେ ପୋଡ଼ୁ ଚାଷ ସହ ନିଜର ଅଳ୍ପ କିଛି ଜମିରେ ଡାଲି, କପା ଜାତୀୟ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇବାରେ ଅସମର୍ଥ ହେଉଥିଲେ । ହେଲେ ଧୀରେ ଧୀରେ ଏବେ କାନ୍ଦୁଲ, ମାଣ୍ଡିଆ ଭଳି ଚାଷ ଛାଡି ଗେଣ୍ଡୁଫୁଲ ଚାଷ କରି ଭଲ ଦୁଇ ପଇସା ରୋଜଗାର କଲେଣି ।

ଗେଣ୍ଡୁ ଫୁଲରୁ ଦେଢଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ଚାଷୀ


ଗତ ୩ ବର୍ଷ ତଳେ ଗାଁରେ ୪ ଏକର ଜମିରେ ଗେଣ୍ଡୁଫୁଲ ଚାଷ କରିଥିଲେ । ଏବେ ପ୍ରାୟ ୪୦ ଏକର ଜମିରେ ଫୁଟିଛି ଗେଣ୍ଡୁ । ଆଉ ଏକର ପିଛା ଏକ ଲକ୍ଷ ପଚାଶ ହଜାର ଟଙ୍କା ରୋଜଗାର ପାଇ ପାରୁଛନ୍ତି । ସେପଟେ ଆସନ୍ତା ବର୍ଷ ଏହି ଗେଣ୍ଡୁଫୁଲ ଚାଷକୁ ଆହୁରି ଅଧିକରୁ ଅଧିକା ଜମିରେ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ଚାଷୀ । ହେଲେ ନିକଟରେ ବଜାର ସୁବିଧା ନଥିବା ଯୋଗୁଁ ଉତ୍ପାଦିତ ଗେଣ୍ଡୁଫୁଲକୁ ଖୁବ କମ ଦରରେ ସେମାନେ ଜିଲ୍ଲାରେ ବିକ୍ରି କରିବା ସହ କଟକ, ବ୍ରହ୍ମପୁର, ଭୁବନେଶ୍ୱର, ଆନ୍ଧ୍ରପ୍ରଦେଶର ବିଜୟନଗର ଓ ଛତିଶଗଡ଼ର ରାୟପୁର ଦଲାଲଙ୍କ ହାତକୁ ଟେକି ଦେଉଛନ୍ତି ।

ଏ ସମ୍ପର୍କରେ ଓରମାସ କର୍ମଚାରୀ ମନୋଜ କୁମାର ପାତ୍ର କହିଛନ୍ତି ''ଚଳିତ ବର୍ଷ 150 ଏକରରେ ଗେଣ୍ଡୁ ଚାଷ ହୋଇଛି । ତେବେ ବର୍ଷା ଋତୁରେ ଗେଣ୍ଡୁ ଫୁଲ ଚାଷ ଟିକେ ଧିମେଇ ଯାଇଥାଏ । ଆଗରୁ ଫୁଲ ସବୁ ଆସୁଥିଲା ପଶ୍ଚିମବଙ୍ଗରୁ । ଏବେ ହଠାତ୍ ପଶ୍ଚିମବଙ୍ଗ ଟ୍ରେଣ୍ଡ କାଟି ଓଡ଼ିଶାର ଟ୍ରେଣ୍ଡକୁ ଯହି ଆଣୁଛେ ତେବେ ଆମକୁ ସେହି ଅନୁସାରେ ମାର୍କେଟ ଦରକାର । ହେଲେ ବଜାରର ଅଭାବ ହେତୁ ଏହାର ମୂ୍ଲ୍ୟ ସେହି ହିସାବରେ ମିଳୁନି । ତଥାପି ଆମେ ଅନେକ ଚେଷ୍ଟା କରୁଛୁ । ବଜାରରେ ଯେପରି ଏହାର ବିକ୍ରି ସହଜରେ ହୋଇପାରିବ। ତେଣୁ ଏଦିଗରେ ଜିଲ୍ଲାପ୍ରଶାସନ ଯଦି ବଜାରର ସୁବିଧା ଯୋଗାଇ ଦିଏ ତେବେ ଆଗାମୀ ଦିନରେ ଜିଲ୍ଲାରେ ଫୁଲ ଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢିବ ଏଥିରେ ସନ୍ଦେହ ନାହିଁ ।''

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details