ରାୟଗଡା:ଜିଲ୍ଲାର ଅମ୍ବାଦଳା ଥାନା ଅର୍ନ୍ତଗତ ଡିମିରିଗୁଡା ଗାଁରେ ଶୁକ୍ରବାର ପୁଣି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । କିଛି ଦିନ ବ୍ୟବଧାନରେ ପୋଷ୍ଟର ଲଗାଇ ମାଓବାଦୀମାନେ ସେମାନଙ୍କ ସ୍ଥିତିକୁ ଜାହିର କରିଛନ୍ତି । ତେବେ ପୋଷ୍ଟର ଲାଗିବା ପରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଥିବା ବେଳେ ସିଆରପିଏଫ ଯବାନଙ୍କୁ ସେଠାରେ ମୁତୟନ କରାଯାଇଛି ।
ଅମ୍ବାଦଳା ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମରେ ଶୁକ୍ରବାର ସକାଳ ସମୟରେ 4ଟି ପୋଷ୍ଟର ଦେଖିବାକୁ ମିଳିଥିଲା । ଏହି ୪ଟି ମାଓ ପୋଷ୍ଟର ଗାଁକୁ ପ୍ରବେଶ କରୁଥିବା ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଗଛରେ ଲଗାଯାଇଛି । ଏଥିରେ ଡିସେମ୍ବର 2ରୁ 5 ପର୍ଯ୍ୟନ୍ତ PLGA ସପ୍ତାହକୁ ପାଳନ କରିବାକୁ ଆହ୍ବାନ ଦିଆଯାଇଥିବା ବେଳେ, ଇନଫରମର ନେଟ୍ୱାର୍କକୁ ଧ୍ବଂସ କରନ୍ତୁ ଓ ନୂଆ ଗଣତାନ୍ତ୍ରିକ ବିପ୍ଳବୀଙ୍କୁ ଜିନ୍ଦାବାଦ ବୋଲି ଲେଖାଯାଇଛି ।