ରାୟଗଡା/ଭବାନୀପାଟଣା: ମାଓବାଦୀଙ୍କ ବନ୍ଦ ଡାକରା । ଆଜି 7 ଜିଲ୍ଲାରେ ବନ୍ଦ ପାଳନ କରୁଛି ସିପିଆଇ ମାଓବାଦୀ ସଂଗଠନ । ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ଠାରେ ଗଛ ପକାଇ ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମଧ୍ୟ ଲଗାଇଛି ମାଓ ସଂଗଠନ । ଗତ 12 ତାରିଖରେ ଅଡିଓ ଟେପ୍ ଜାରି 12 ଦଫା ଦାବି ନେଇ 15 ତାରିଖରେ 7ଟି ଜିଲ୍ଲା ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି,ବୌଦ୍ଧ, ଗଜପତି ଓ ନୟାଗଡ଼ ଜିଲ୍ଲାରେ ବନ୍ଦ ଡାକରା ଦିଆଯିବା ନେଇ କହିଥିଲା ମାଓ ସଂଗଠନ ।
ପଙ୍କାଳଗୁଡି ନିକଟରେ ଗଛ ପକାଇ ମାଓବାଦୀ ରାସ୍ତା ଅବରୋଧ କରିଥିବା ବେଳେ ଚନ୍ଦ୍ରପୁର ମୁନିଗୁଡା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟ ଲାଗିଥିବାରୁ ଲୋକେ ମାନେ ମଧ୍ୟ ଭୟଭୀତ ଅଛନ୍ତି । 12 ଦଫା ଦାବି ନେଇ ବନ୍ଦ ଡାକରା ଦିଆଯାଇଛି । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କିଟପଦର ଛକ ନିକଟରେ ମାଓବାଦୀ ମାନେ ଗଛ ପକାଇ ରାଜ୍ୟ ରାଜପଥ ଅବରୋଧ କରିବା ସହ ପୋଷ୍ଟର ଲଗାଇ ବନ୍ଦ ପାଳନକୁ ସମର୍ଥନ କରିବାକୁ ଜନ ସାଧାରଣଙ୍କୁ ଆହ୍ବାନ କରିଛନ୍ତି । ଏହାସହ ଗଛ ନିକଟରେ ମାଓବାଦୀ ଡେଟୋନେଟର ଲଗାଇବା ସହ ମଦ ବୋତଲରେ ବୋମ ଖଞ୍ଜି ଏକ ପ୍ରକାର ମୃତ୍ୟୁର ଫାସ ବିଛାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣା ସ୍ଥଳରେ ବମ ସ୍କ୍ବାର୍ଡ଼ ପହଞ୍ଚି ବୋମାକୁ ଜବତ କରିବା ସହ ନଷ୍ଟ କରିଛନ୍ତି । ଏଥିସହ ଗଛକୁ ରାସ୍ତାରୁ ହଟାଇବା ଫଳରେ ଯାତାୟତ ସ୍ୱାଭାବିକ ହୋଇଛି ।
କଣ ରହିଛି ମାଓବାଦୀଙ୍କ ଦାବି:-
ଗରିବ ଆଦିବାସୀ ଚାଷୀଙ୍କୁ ୬ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ଵା ବିଜୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଉ ।
ପିଡିଏସ ଚାଉଳ ସହ ତେଲ, ଡାଲି, ଲୁଣ ମାଗଣାରେ ଦିଆଯାଉ ।
ପ୍ରତ୍ୟେକ ଗାଁକୁ ରାସ୍ତା ପାନୀୟ ଜଳ ଓ ମାଗଣାରେ ୧୦୦ ୟୁନିଟ ଯାଏଁ ବିଜୁଳି ସଂଯୋଗ କରାଯାଉ ।
ପ୍ରତି ପଞ୍ଚାୟତରେ ଡାକ୍ତରଖାନା ଓ ଅଭିଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦାବି କରିଛି ମାଓ ସଂଗଠନ ।
ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଓ ପିଲା କମ କହି ବନ୍ଦ କରାଯାଇଥିବା ବିଦ୍ୟାଳୟକୁ ପୁଣି ଖୋଲା ଯାଉ ।
ଖାଲିଥିବା ଶିକ୍ଷକ ପଦବୀ ନିଯୁକ୍ତି ତୁରନ୍ତ ପୂରଣ କରାଯାଉ ।
ଦଳିତ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାସିକ 3000 ଟଙ୍କା ଛାତ୍ରବୃତ୍ତି ସହ ମାଗଣାରେ ଉଚ୍ଚଶିକ୍ଷା ପାଇଁ ବ୍ୟବସ୍ଥା ।