ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ଅଞ୍ଚଳର ପାରଶାଲି ପଞ୍ଚାୟତ ନିକଟରେ ଥିବା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ଗେଟରେ ଲାଗିଛି ମାଓ ପୋଷ୍ଟର । ଗୋଟିଏ ବ୍ୟାନର ସମେତ ୨ଟି ମାଓ ପୋଷ୍ଟର ଲଗାଯାଇଛି । ଦୀର୍ଘ ବର୍ଷ ପରେ ପୁଣି ଥରେ ଏଠାରେ ମାଓପୋଷ୍ଟର ଲାଗିଛି । ଏଥିରେ ସିପିଆଇ ମାଓବାଦୀ ବାଘୁନା ଡିଭିଜନ ବଳି ଦର୍ଶାଯାଇଛି ।
ନିୟମଗିରି ଅଞ୍ଚଳରେ ଦୁଇଟି ରାସ୍ତା ନିର୍ମାଣ ଚାଲିଛି । ଗୋଟିଏ ହେଲା ପାରସାଲି ଠାରୁ ସାରିଝୋଲା ଓ ଅନ୍ୟଟି ବୁଡୁଣି ଠାରୁ ଗୁମ୍ମା । ଏହି ୨ ରାସ୍ତା ଠିକାଦାରଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ଓ ଦୁଇ ଦଲାଲିଙ୍କୁ ଦଣ୍ଡ ଦିଆଯିବ ବୋଲି ଧମକ ଦିଆଯାଇଛି । ବିଦେଶୀ କମ୍ପାନୀ ବେଦାନ୍ତର ସ୍ବାର୍ଥ ପାଇଁ ନିୟମଗିରି ଅଞ୍ଚଳରେ ରାସ୍ତା ନିର୍ମାଣ ଜୋର ଜବରଦସ୍ତ କରାଯାଉଛି । ଅଞ୍ଚଳବାସୀଙ୍କ ବିନା ମତାମତ କିମ୍ବା ବିନା ଗ୍ରାମସଭାରେ ରାସ୍ତା କରିବା କାରଣ କ'ଣ ବୋଲି ପ୍ରଶ୍ନ କରାଯାଇଛି ।