ରାୟଗଡା: ପୁଣି ନିଜ ସ୍ଥିତି ଜାହିର କାଲେ ମାଓ ସଂଗଠନ । ଅମ୍ବାଦଳା ଥାନା ସୁକୁଲାଭଟ୍ଟା ଓ ଗୁରୁଗାଁରେ ଲଗାଇଲେ ମାଓ ପୋଷ୍ଟର। ସିପିଆଇ ମାଓ ସଂଗଠନ ବାଘୁନା ଡିଭିଜନ୍ ପକ୍ଷରୁ ଲାଗିଥିବା ପୋଷ୍ଟରରେ ଜବ୍ କାର୍ଡଧାରୀ, ଗରିବ ଲୋକଙ୍କୁ ମନରେଗାରେ କାମ ଯୋଗାଇବା ବଦଳରେ ମେସିନରେ କରାଯିବାକୁ ବିରୋଧ କରିଛି ମାଓ ସଂଗଠନ ।
ସୁକୁଲା ଭଟ୍ଟା ଓ ଗୁରୁଗାଁ ରେ ମାଓ ପୋଷ୍ଟର ଲକଡାଉନ୍ ଯୋଗୁଁ ଗାଁ ଫେରନ୍ତା ଶ୍ରମିକ ଏବେ କାମଧନ୍ଦା ଅଭାବ ଫଳରେ ଚିନ୍ତାରେ ପଡିଯାଇଛିନ୍ତି । ଗାଁ ମୁହାଁ ପ୍ରବାସୀଙ୍କୁ କାମ ଯୋଗାଇବା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଲକ୍ଷାଧିକ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି ସରକାର । କିନ୍ତୁ ଶ୍ରୀମିକ ବଦଳରେ ମେସିନ କରୁଛି କାମ ଏହାକୁ ବିରୋଧ କରି ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ଗାଁ ନିକଟରେ ପହଞ୍ଚି ପୋଷ୍ଟର ଲଗାଇ ଛନ୍ତି । ଫଳରେ ମୁନିଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବହୁ ଉନ୍ନୟନମୂଳକ ପ୍ରକଳ୍ପର କାମ ଚାଲିଛି।
ଅମ୍ବାଦଳା ପଞ୍ଚାୟତରେ ଚାଲିଥିବା କାର୍ଯ୍ୟରେ ଜବକାର୍ଡଧାରୀ ଓ ଗ୍ରାମବାସୀଙ୍କୁ ସାମିଲ୍ ନକରି ବରଂ ମେସିନରେ କାମ କରାଯାଉଛି। ଏଥିରେ ଅମ୍ବାଦଳା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ, ଜିଆରଏସ୍, ଅଧିକାରୀ, ଠିକାଦାର, ଏନଜିଓ ସଂସ୍ଥା ସାମିଲ୍ ଅଛନ୍ତି। ଜବକାର୍ଡଧାରୀଙ୍କ ବଦଳରେ ମେସିନ୍ ଲଗାଇ ଯେଉଁ କାର୍ଯ୍ୟ କରାଯାଇଛି ସେହି ଠିକାଦାରଙ୍କ ବିଲକୁ ବନ୍ଦ କରିବାକୁ ମାଓବାଦୀ ଚେତାବନୀ ଦେଇଛନ୍ତି। ନଚେତ୍ ମେସିନ୍ ଜାଳିବା ସହ କାମରେ ନିୟୋଜିତ ଠିକାଦାରଙ୍କୁ ଉଚିତ୍ ଜବାବ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ମାଓବାଦୀ।
ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ଗାଁ ନିକଟରେ ପହଞ୍ଚି ପୋଷ୍ଟର ଲଗାଇଥିବା ପୋଲିସ୍ ଅନୁମାନ କରିଛି। ସୁକୁଲାଭଟ୍ଟା, ଗୁରୁଗାଁ ରାସ୍ତାକଡ଼ର ତିନୋଟି ସ୍ଥାନରେ ଲାଗିଥିବା ପୋଷ୍ଟରକୁ ପୁଲିସ୍ ଆଜି ସକାଳେ ଜବତ କରିଛି। ଅମ୍ବାଦଳା ଥାନା ଅଧିକାରୀ ବନ୍ଦନା ନାୟକଙ୍କ ସହ ପୁଲିସ୍ ଟିମ୍ ଗାଁରେ ପହଞ୍ଚି ପୋଷ୍ଟର ଜବତ କରିବା ସହ ମାଓବାଦୀଙ୍କ ଗତିବିଧି ସଂପର୍କରେ ଅନୁଧ୍ୟାନ କରିଛନ୍ତି। ପୋଷ୍ଟର ଜବତ ପରେ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଜଙ୍ଗଲରେ ପୁଲିସ୍ ଏନକାଉଣ୍ଟରରେ ୪ ମାଓବାଦୀଙ୍କ ମୃତ୍ୟୁ ପରେ ବାଘୁନା ଡିଭିଜନ ମାଓବାଦୀ ବେଲଘର ଓ ଝିରିପାଣି ଜଙ୍ଗଲରେ ଆତ୍ମଗୋପନ କରିଛନ୍ତି।
ମାଓବାଦୀଙ୍କ ଗତିବିଧିକୁ ଲକ୍ଷ୍ୟ କରି ରାୟଗଡ଼ା ପୁଲିସ୍ ପକ୍ଷରୁ ଜୁନ୍ ୨୮ରୁ ଜୁଲାଇ ୨ ପର୍ଯ୍ୟନ୍ତ କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଥିଲା। ତେବେ ଏହି ଘଟଣା ପରେ ଅମ୍ବାଦଳା ପୁଲିସ୍ ସୁକୁଲାଭଟ୍ଟା ଓ ଗୁରୁଗାଁରେ ପହଞ୍ଚି ମାଓ ପୋଷ୍ଟରକୁ ଜବତ କରିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ