ଓଡିଶା

odisha

ETV Bharat / state

ମାଓବାଦୀଙ୍କ ଟାର୍ଗେଟରେ ବିଜେଡି ନେତା, ରାମନାକୁପୁଲିରେ ପୋଷ୍ଟର ମାରି ଚେତାଇଲା ଲାଲବାହିନୀ - ନକ୍ସଲଙ୍କ ଟାର୍ଗେଟରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା

ରାମନାକୁପୁଲି ଛକରୁ ମାଓ ବ୍ୟାନର ଓ ପୋଷ୍ଟର ଜବତ ହୋଇଛି । ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମେତ 2 ଜଣ ବିଜେଡ଼ି ନେତାଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ

ରାମନାକୁପୁଲି ଛକରେ ମାଓ ପୋଷ୍ଟର
ରାମନାକୁପୁଲି ଛକରେ ମାଓ ପୋଷ୍ଟର

By ETV Bharat Odisha Team

Published : Aug 24, 2023, 12:32 PM IST

ରାମନାକୁପୁଲି ଛକରେ ମାଓ ପୋଷ୍ଟର

ରାୟଗଡ଼ା: ପୁଣି ଉପସ୍ଥିତି ଜାହିର କଲେ ଲାଲବାହିନୀ । ଆଜି(ଗୁରୁବାର) ରାୟଗଡା ଜିଲ୍ଲା ରାମନାକୁପୁଲି ଛକରେ ମାଓ ବ୍ୟାନର ଲଗାଇଛନ୍ତି ଲାଲବାହିନୀ । ପୋଷ୍ଟରରେ ପ୍ରମୁଖ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ଧମକ ଦିଆଯାଇଛି । ମିଥ୍ୟା କେଶରେ ଫସାଇ ନିରୀହ ଲୋକଙ୍କୁ ଜେଲରେ ରଖିବା ସହ ମାଡ଼ ମାରୁଥିବାରୁ ତାଙ୍କୁ ତୁରନ୍ତ ନିର୍ଦ୍ଦୋଷରେ ଖଲାସ କରିବାକୁ ନକ୍ସଲମାନେ ଚେତାବନୀ ଦେଇଛନ୍ତି ।

ସୂଚନା ମୁତାବକ, ଗୁରୁବାର ସକାଳେ ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକରେ ପୁଣି ଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ସେହି ଅଞ୍ଚଳରେ ମାଓ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏଥିରେ ପ୍ରମୁଖ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ଧମକ ଦିଆଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ ଓ ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି ମାଓବାଦୀ । ପୋଲିସ ନିରୀହ ଲୋକଙ୍କୁ ମିଥ୍ୟା କେଶରେ ଫସାଇ ଜେଲରେ ରଖିବା ସହ ମାଡ ମାରୁଥିବା ନେଇ ସେମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । ଏହାସହ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଦାବି କରିଛନ୍ତି ମାଓବାଦୀ ।

ଏହା ବି ପଢନ୍ତୁ... ପୁଣି ମାଓ ପୋଷ୍ଟର ଠାବ: ଶହୀଦ ସପ୍ତାହ ପାଳନ ପାଇଁ ଲାଲବାହିନୀର ଆହ୍ୱାନ

ସେମାନଙ୍କୁ ଖଲାସ କରାନଗଲେ ଷଡ଼ଯନ୍ତ୍ର ପଛରେ ଥିବା 3 ବିଜେଡି ନେତାଙ୍କ ବିରୋଧରେ ନକ୍ସଲମାନେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି । ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ସାଂସଦ ତଥା ବିଜେଡି ରାଜ୍ୟ ଉପସଭାପତି ଏନ୍ ଭାସ୍କର ରାଓ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ରାୟଗଡା ଜିଲ୍ଲା ବିଜେଡି ସଭାପତି ସୁଧିର ଦାସଙ୍କ ଭଳି ୩ ବିଜେଡି ନେତାଙ୍କୁ ଟାର୍ଗେଟ କରିଛନ୍ତି ମାଓବାଦୀ ।

ଏହି 3 ବିଜେଡି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏହି ବ୍ୟାନର ଓ ପୋଷ୍ଟର ସିପିଆଇ (ମାଓବାଦୀ) ବାଘୁନା ଡିଭିଜିନାଲ କମିଟି ତରଫରୁ ଲାଗିଥିବା ଜଣାପଡିଛି । ଏହି ବ୍ୟାନର ଓ ପୋଷ୍ଟର ନଜରକୁ ଆସିବା ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ଏହାସହ ରାମନାକୁପୁଲି ଛକରେ ଲାଗିଥିବା ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟରକୁ ଜବତ କରିଛି ପୋଲିସ । କିଛି ଦିନ ବ୍ୟବଧାନରେ ପୁଣି ଥରେ ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details