ଓଡିଶା

odisha

ETV Bharat / state

ଖଣି ଖନନକୁ ବିରୋଧ; କାଶୀପୁରରେ ଲାଗିଲା ମାଓ ପୋଷ୍ଟର

Mao Poster in Rayagada: ରାୟଗଡା ଜିଲ୍ଲା ମାଣ୍ଡିବିିସି ଠାରେ ଲାଗିଲା ମାଓ ପୋଷ୍ଟର । ଖଣି ଖନନକୁ ଦୃଢ ବିରୋଧ କରି ପୋଷ୍ଟର ଲଗାଇଲେ ମାଓବାଦୀ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Dec 14, 2023, 10:53 AM IST

Updated : Dec 14, 2023, 2:23 PM IST

କାଶୀପୁରରେ ଲାଗିଲା ମାଓ ପୋଷ୍ଟର

ରାୟଗଡା:କିଛି ଦିନର ନୀରବତା ପରେ ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳରେ ସ୍ଥିତି ଜାହିର କଲା ଲାଲବାହିନୀ । କାଶୀପୁର ବ୍ଲକର ମାଣ୍ଡିବିିସି ଠାରେ ଲାଗିଲା ମାଓ ପୋଷ୍ଟର । ଆଜି(ଗୁରୁବାର) ସକାଳୁ ମାଣ୍ଡିବିିସି ଗ୍ରାମରେ ଦୁଇଟି ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ମାଓବାଦୀଙ୍କ ବାସଧାରା-ଘୁମସୁର- ନାଗାବଳୀ ଡ଼ିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ ସିଜିମାଳି, କୁଟ୍ରୁମାଳି ଓ ମାଞ୍ଜିଂମାଳି ଖଣି ଖନନକୁ ଦୃଢ଼ ବିରୋଧ କରିଛନ୍ତି ମାଓବାଦୀ । ଏଥିସହ ଖଣି ଖନନ ପାଇଁ କାମ କରୁଥିବା ଦଲାଲମାନଙ୍କୁ କାମ ଛାଡ଼ିବାକୁ ଚେତାବନୀ ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ମାଣ୍ଡିବିିସି ଗାଁ ସ୍ଥିତ ରାଜସ୍ବ ନିରୀକ୍ଷକଙ୍କ (RI) କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରେ ଦୁଇଟି ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ସିଜିମାଳି, କୁଟ୍ରୁମାଳି ଓ ମାଞ୍ଜୀଙ୍ଗମାଳି ଖଣି ଖନନ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହାକୁ ବିରୋଧ କରି ମାଓବାଦୀ ପୋଷ୍ଟର ଲଗାଇଛନ୍ତି । ଏଥିସହ ଖଣି ଖନନ ପାଇଁ କାର୍ଯ୍ୟ କରୁଥିବା ଦଲାଲ୍‌ମାନଙ୍କୁ କାମ ଛାଡ଼ିବାକୁ ଚେତାବନୀ ଦେଇଛନ୍ତି । ସମସ୍ତ ରାଜନୈତିକ ଦଳ ଏହି ଖଣି ଖନନ ସପକ୍ଷରେ ଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କୁ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିର୍ଦ୍ଦେଶ ଦେଇଛି ମାଓ ସଂଗଠନ । ଏହି ମାଓ ପୋଷ୍ଟର ନଜରକୁ ଆସିବା ପରେ ପୋଲିସ ପହଞ୍ଚି ଏହାକୁ ଜବତ କରି ତଦନ୍ତ କରୁଛି ।

ଏହା ମଧ୍ୟ ପଢନ୍ତୁ: ସିଜିମାଳି ଖଣି ଖନନ ପାଇଁ ୧୦ ଗ୍ରାମରେ ପଲ୍ଲୀସଭା

ଏହା ମଧ୍ୟ ପଢନ୍ତୁ: ଖଣି ଖନନକୁ ନିୟମଗିରି ସୁରକ୍ଷା ସମିତିର ପ୍ରତିବାଦ; ଭୋଟ ବର୍ଜନ ଚେତାବନୀ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସିଜିମାଳି, କୁଟ୍ରୁମାଳି, ମାଜିଙ୍ଗମାଳି, କୋଟିଙ୍ଗମାଳି ଆଦି ଅଞ୍ଚଳର ଖଣିକୁ ସରକାର ଘରୋଇ କମ୍ପାନୀକୁ ଲିଜରେ ଦେଇଛି । ରାୟଗଡାରେ ଥିବା ସିଜିମାଳି ଖଣି ଖନନ ପାଇଁ ଧୀରେ ଧୀର ଜନସମର୍ଥନ ମିଳୁଛି । ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ କିଛି ଦିନ ତଳେ କାଶୀପୁର ବ୍ଲକର ୧୦ ଖଣ୍ଡ ଗାଁରେ ପଲ୍ଲୀସଭା ହୋଇଥିଲା । ସ୍ଥାନୀୟ ଅଞ୍ଚଳବାସୀ ଏଥିରେ ଯୋଗ ଦେଇ ନିଜ ମତ ପ୍ରକାଶ କରିଥିଲେ । ଖଣି ଖନନ ହେଲେ ଅଞ୍ଚଳରେ ବିକାଶ ସହିତ ବେକାରୀ ସମସ୍ୟା ଦୂର ହେବ ବୋଲି ପଲ୍ଲୀସଭାରେ ମତ ପ୍ରକାଶ ପାଇଥିଲା ।

ଇଟିଭି ଭାରତ, ରାୟଗଡା

Last Updated : Dec 14, 2023, 2:23 PM IST

ABOUT THE AUTHOR

...view details