ରାୟଗଡା:କାଶୀପୁରରେ ମାଓ ପୋଷ୍ଟର । ଦୀର୍ଘବର୍ଷ ପରେ ପୁଣିଥରେ କାଶୀପୁର ବ୍ଲକରେ ମାଓପୋଷ୍ଟର ମାରି ନିଜ ଦବଦବା ଜାହିର କରିଛନ୍ତି ମାଓବାଦୀ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ କମ୍ପର ଛକରେ ଆଜି ସକାଳେ ବରଗଛ ଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି।
ଏହି ପୋଷ୍ଟର କେନ୍ଦ୍ର ସରକାର,ରାଜ୍ୟ ସରକାର ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ବିଧାୟକ,ସାଂସଦ ସମସ୍ତ ସରକାର କର୍ମଚାରୀ ଆମ ଗରିବ ଲୋକଙ୍କୁ ଠକୁଛୁନ୍ତି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଉତ୍କଳ ଆଲୁମିନା କମ୍ପାନୀ ଏବଂ ରାଜ୍ୟର ୪୫ଟି କମ୍ପାନୀରୁ ୨୨ଟି କମ୍ପାନୀ ବନ୍ଦ କରାଯାଉ। ରାଜ୍ୟ ସରକାରଙ୍କ ଆଦେଶ ଅନୁଯାୟୀ ଶତକଡା ୯୦ ଭାଗ ଲୋକଙ୍କୁ ନିଯୁକ୍ତି ଦେବାକୁ ଥିବା ସତ୍ବେ ୫ ଶତକଡା ଲୋକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉନାହିଁ ।