ରାୟଗଡ଼ା: ଜିଲ୍ଲାର ନିୟମଗିରି ଅଞ୍ଚଳରେ ଲାଗିଛି ୪ଟି ମାଓପୋଷ୍ଟର । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ପାରସାଲି ପଞ୍ଚାୟତ ନିୟମଗିରି ଅଞ୍ଚଳରେ ଚାରୋଟି ସ୍ଥାନରେ ମାଓବାଦୀ ପୋଷ୍ଟର ଲାଗିଛି । ଏଥିରେ ମାଓ ସଙ୍ଗଠନ ବାଶଧରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି ବୋଲି ଉଲ୍ଲେଖ ରହିଛି ।
ସମାଜସେବୀ ତଥା ନିୟମଗିରି ସୁରକ୍ଷା ମଞ୍ଚର ଆବାହକ ଲିଙ୍ଗରାଜ ଆଜାଦ୍ଙ୍କ ଗିରଫଦାରିକୁ ବିରୋଧ, ଜନ ଆନ୍ଦୋଳନର ସ୍ବରକୁ ଚାପିଦେବା ପାଇଁ ସରକାରଙ୍କ ଫାଶିବାଦି ଆକ୍ରମଣକୁ ବିରୋଧ କରିବାକୁ ନିବେଦନ କରାଯାଇଛି। ସେହିପରି ଜନ ବିରୋଧି ନବୀନ ଓ ନରେନ୍ଦ୍ର ମୋଦି ସରକାର ମୁର୍ଦ୍ଦାବାଦ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।