ଓଡିଶା

odisha

ନିୟମଗିରି ପାହାଡରେ ମାଓ ପୋଷ୍ଟର ଓ ବ୍ୟାନର, ଗାଁରେ କୋକୁଆ ଭୟ

By

Published : Nov 29, 2021, 7:02 PM IST

ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର (Mao poster and banner) ଲଗାଯାଇଛି। ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ ପାଇଁ ଦାବି । ଅଧିକ ପଢନ୍ତୁ

Mao poster and banner identified in Niyamgiri hill of rayagada
ନିୟମଗିରି ପାହାଡରେ ମାଓ ପୋଷ୍ଟର ଓ ବ୍ୟାନର

ରାୟଗଡା: ନିୟମଗିରି ପାହାଡରେ ଲାଗିଛି ମାଓ ପୋଷ୍ଟର ଓ ବ୍ୟାନର (Mao poster and banner) । ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର ଲଗାଯାଇଛି । ଆସନ୍ତା ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ ପାଇଁ ଏଥିରେ ଉଲ୍ଲେଖ ରହିଛି ।

ନିୟମଗିରି ପାହାଡରେ ମାଓ ପୋଷ୍ଟର ଓ ବ୍ୟାନର

ରାୟଗଡା ଜିଲ୍ଲା ପାରସାଲି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଏହି ବ୍ୟାନର ଓ ପୋଷ୍ଟର ଲଗାଯାଇଛି। ଫଳରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ନିୟମଗିରି ପାହାଡରେ ଆଦିମ ଜନଜାତି ଡଙ୍ଗରିଆକନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବାବେଳେ ମାଓବାଦୀଙ୍କ ଏହି ବ୍ୟାନର ଓ ପୋଷ୍ଟର ସେମାନଙ୍କ ଭିତରେ ଭୟ ସୃଷ୍ଟି କରିଛି। ବ୍ୟାନର ଓ ପୋଷ୍ଟରରେ ଯୁବକ ଯୁବତୀମାନେ ପିଏଲଜିଏରେ ସାମିଲ ହେବା ପାଇଁ ଆହ୍ବାନ କରିଛନ୍ତ। ଏହା ସହ ଆସନ୍ତା ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ ପାଇଁ ଆହ୍ବାନ ଦେଇଛନ୍ତି ମାଓବାଦୀ ।

ନିୟମଗିରି ପାହାଡରେ ମାଓ ପୋଷ୍ଟର ଓ ବ୍ୟାନର

ଏଥିସହ ଜଳ, ଜମି ଓ ଜଙ୍ଗଲ ପାଇଁ ଏକତ୍ରିତ ହେବା ପାଇଁ କୁହାଯାଇଛି। ଏହା ନଜରକୁ ଆସିବା ପରେ କଲ୍ୟାଣସିଂହପୁର ଠାରେ ଥିବା ସିଆରପିଏଫ ଯବାନ ମାନେ ଅଞ୍ଚଳକୁ ଯାଇ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏବଂ ବିକାଶ ନାମରେ ବିନାଶ କରୁଥିବା ନକ୍ସଲ ସଂଗଠନ ପକ୍ଷରୁ କୁହାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details