ରାୟଗଡା: କେବିକେ ଛାତ୍ର ନିବାସରରେ ୩୫ ଛାତ୍ର ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି(ଗୁରୁବାର) ସାନ୍ଧ୍ୟରେ ସ୍କୁଲ ପରିସରରେ ରହିଥିବା ଗଛରୁ ପଣସ ଖାଇଥିବାରୁ ଛାତ୍ରମାନେ ଏଭଳି ଝାଡ଼ା ବାନ୍ତିରେ ଶୀକାର ହୋଇଥିବା ସନ୍ଦେହ କରାଯାଉଛି ।
ପଣସ ଖାଇ ୩୫ ଛାତ୍ର ଅସୁସ୍ଥ! - ରାୟଗଡାରେ ଡାଇରିଆ
ରାୟଗଡାର ବିଷମକଟକ ବ୍ଲକ ଅନ୍ତର୍ଗତ କେବିକେ ହଷ୍ଟେଲର ୩୫ ଛାତ୍ର ଝାଡ଼ା ବାନ୍ତିରେ ଆକ୍ରାନ୍ତ । ସମସ୍ତ ଅସୁସ୍ଥ ଛାତ୍ରଙ୍କୁ ବିଷମ କଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ
ପଣସ ଖାଇ ୩୫ ଛାତ୍ର ଅସୁସ୍ଥ!
ପଣସ ଖାଇ ୩୫ ଛାତ୍ର ଅସୁସ୍ଥ!
ସୂଚନା ଅନୁସାରେ ବିଷମ କଟକ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ରହିଥିବା ଦଣ୍ଡାପୋଡା ପ୍ରାଥମିକ ବିଦ୍ୟାଳୟରେ ମୋଟ ୪୦ ଜଣ ଛାତ୍ର ପାଠ ପଢୁଥିବା ବେଳେ ସମସ୍ତେ କେବିକେ ହଷ୍ଟେଲରେ ରହୁଥିଲେ । ଛାତ୍ରମାନେ ଗତକାଲି ରାତିରେ ଖାଇପିଇ ଶୋଇଥିବା ବେଳେ ଆଜି ସକାଳୁ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ୨ ଗୋଟି ଆମ୍ବୁଲାନ୍ସରେ ସମସ୍ତ ଅସୁସ୍ଥ ଛାତ୍ରଙ୍କୁ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଇଟିଭି ଭାରତ, ରାୟଗଡ଼ା