ରାୟଗଡ଼ା: ରାୟଗଡ଼ା ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ମୋଟ ୧୪ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଖାଲି ସେତିକି ନୁହେଁ, କାଉନସିଲର ପଦ ପାଇଁ ମୋଟ ୯୪ ଜଣ ନାମାଙ୍କନ ଦାଖଲ କରିଛନ୍ତି । ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଥିଲା ଶେଷଦିନ । ଶେଷ ଦିନରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ନାମାଙ୍କନ ଦାଖଲ କରାଯାଇଛି ।
ପୌରାଧ୍ୟକ୍ଷ ପଦବୀ ସମେତ ୨୪ଟି ୱାର୍ଡରେ କାଉନସିଲର ପଦବୀ ପାଇଁ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ବିଜେପି ପକ୍ଷରୁ ପୈାରାଧ୍ୟକ୍ଷ ପାଇଁ ପଦ୍ମନାଭ ଦାଶ, ବିଜେଡି ପକ୍ଷରୁ ପୈାରାଧ୍ୟକ୍ଷ ପାଇଁ ପି.ମହେଶ ପଟ୍ଟନାୟକ ଏବଂ କଂଗ୍ରେସ ପକ୍ଷରୁ ପୈାରାଧ୍ୟକ୍ଷ ପାଇଁ ଆପଲାସ୍ୱାମୀ କାଡ୍ରାକା ନାମାଙ୍କନ ଭରିଛନ୍ତି ।