ଓଡିଶା

odisha

ETV Bharat / state

Road Mishap in Rayagada: କାର୍ ଧକ୍କାରେ ଶ୍ରମିକ ମୃତ, ୩ ଗୁରୁତର

କାମ ସାରି ଘରକୁ ଫେରୁଥିବା ବେଳେ ଶ୍ରମିକମାନଙ୍କ ଉପରେ ମାଡିଗଲା କାର୍ । ଦୁର୍ଘଟଣାରେ ଜଣେ ମୃତ । ଅଧିକ ପଢନ୍ତୁ

କାର୍ ଧକ୍କାରେ ଶ୍ରମିକ ମୃତ
କାର୍ ଧକ୍କାରେ ଶ୍ରମିକ ମୃତ

By ETV Bharat Odisha Team

Published : Nov 2, 2023, 1:03 PM IST

Updated : Nov 2, 2023, 3:55 PM IST

Road Mishap in Rayagada

ରାୟଗଡା:ରାୟଗଡା ଜିଲ୍ଲା କୋଲନରା ବ୍ଲକ ଜାମୁନେଲିବାଡି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୋଟିଏ କାର୍ ଭାରସାମ୍ୟ ହରାଇ ଶ୍ରମିକମାନଙ୍କ ଉପରେ ମାଡିଯିବାରୁ ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି । ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିବାବେଳେ ଜଣକୁ ବ୍ରହ୍ମପୁର ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି ।

ମୃତକ ହେଲେ ୪୫ ବର୍ଷୀୟ ଭାଗିରଥି କଣ୍ଟାବଂଶ । ଆହତଙ୍କ ମଧ୍ୟରେ ଦୁଇ ମହିଳା ଶ୍ରମିକ ଗାୟତ୍ରୀ କଣ୍ଟାବଂଶ ଓ ଅଞ୍ଜନା କଣ୍ଟାବଂଶ ବୋଲି ପରିଚୟ ମିଳିଛି । ଅନ୍ୟ ଜଣେ ଗୁରୁତର ହେଉଛନ୍ତି ସହଦେବ କଣ୍ଟାବଂଶ । ଏମାନେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ବୁଧବାର ଦିନ ସମସ୍ତେ ଏକ ଇଟାଭାଟିରୁ କାମ ସାରି ଘରକୁ ଫେରୁଥିବା ବେଳେ ବାଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ପୋଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ: ଓଭରଟେକ୍ କଲାବେଳେ କାରକୁ ଚାପିଦେଲା ଟ୍ରକ; ଚାଲିଗଲା ୬ ଜୀବନ

ସୂଚନା ଅନୁଯାୟୀ, କୋଲନରା ବ୍ଲକ୍‌ ଅନ୍ତର୍ଗତ ଗୌଡ଼ ନେଲିବାଡି ଗ୍ରାମର ୫ ଜଣ ଶ୍ରମିକ ନିକଟସ୍ଥ ଏକ ଇଟାଭାଟିରୁ କାମ ସାରି ଗୌଡ ନେଲିବାଡି ଗ୍ରାମକୁ ଫେରୁଥିଲେ । ଏହି ସମୟରେ ଜଣେ ଔଷଧ ଦୋକାନୀ ରାୟଗଡାରୁ ମୁକୁନ୍ଦପୁର ଗାଁ ଆଡ଼କୁ କାରରେ ଫେରୁଥିଲେ । କୋଲନରା ବ୍ଲକ ଜାମୁନେଲିବାଡି ଛକ ନିକଟରେ କାର୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଯାଉଥିବା ଶ୍ରମିକଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ଭାଗିରଥି କଣ୍ଟାବଂଶ ନାମକ ଜଣେ ଶ୍ରମିକ ଆଖି ବୁଜିଥିଲେ । ଏଥିରେ ଆଉ ୩ ଜଣ ଆହତ ହୋଇଥିଲେ । ଅନ୍ୟପଟେ ଦୁର୍ଘଟଣା ପରେ କାର୍ ଚାଳକ ସେଠାରୁ ଫେରାର୍ ହୋଇଯାଇଥିଲେ । ଆହତଙ୍କ ମଧ୍ୟରେ ଜଣଙ୍କ ଗୋଡ ଭାଙ୍ଗି ଯାଇଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ପାଓ୍ବାର‌ ହାଉସ ଛକରେ ବାଇକକୁ ପିଟିଲା କାର, 2 ଗୁରୁତର

ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ ଚାନ୍ଦିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ ଜବତ କରିବା ସହ ମୃତଦେହ ଉଦ୍ଧାର କରିଥିଲା । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ରାୟଗଡା

Last Updated : Nov 2, 2023, 3:55 PM IST

ABOUT THE AUTHOR

...view details