ଓଡିଶା

odisha

ETV Bharat / state

କଡା ସୁରକ୍ଷା ମଧ୍ୟରେ ସମାପନ ହେଲା କାଳିଆ ସାଆନ୍ତଙ୍କ ବାହୁଡା ଯାତ୍ରା - କାଳିଆ ସାଆନ୍ତଙ୍କ ବାହୁଡା ଜାତ

କଡା ସୁରକ୍ଷା ମଧ୍ୟରେ ସରିଛି କାଳିଆ ସାଆନ୍ତଙ୍କ ବାହୁଡା ଯାତ । ସୁପ୍ରିମକୋର୍ଟଙ୍କ କଟକଣା ପରେ କଡା ସୁରକ୍ଷା ମଧ୍ୟରେ ସାରିଛି ରାୟଗଡା ଜିଲ୍ଲାରେ କାଳିଆ ସାଆନ୍ତଙ୍କ ବାହୁଡା ଯାତ । ଜିଲ୍ଲାର ବିଭିନ୍ନ ଜାଗାରେ ତିନି ଠାକୁରଙ୍କ ନବଦିନାତ୍ମକ ଯାତ ସରିଛି । ଅଧିକ ପଢନ୍ତୁ..

କଡା ସୁରକ୍ଷା ମଧ୍ୟରେ ସମାପନ ହେଲା କାଳିଆ ସାଆନ୍ତଙ୍କ ବାହୁଡା ଯାତ୍ରା
କଡା ସୁରକ୍ଷା ମଧ୍ୟରେ ସମାପନ ହେଲା କାଳିଆ ସାଆନ୍ତଙ୍କ ବାହୁଡା ଯାତ୍ରା

By

Published : Jul 1, 2020, 10:07 PM IST

ରାୟଗଡ଼ା: ସୁପ୍ରିମକୋର୍ଟଙ୍କ କଟକଣା ପରେ କଡା ସୁରକ୍ଷା ମଧ୍ୟରେ ସାରିଛି ରାୟଗଡା ଜିଲ୍ଲାରେ କାଳିଆ ସାଆନ୍ତଙ୍କ ବାହୁଡା ଯାତ୍ରା । ଜିଲ୍ଲାର ବିଭିନ୍ନ ଜାଗାରେ ତିନି ଠାକୁରଙ୍କ ନବଦିନାତ୍ମକ ଯାତ୍ରା ସରିଛି । କାଶୀପୁର ବ୍ଲକ ସଦରମହକୁମାରେ ତିନି ଠାକୁର ପହଣ୍ଡି ହୋଇ ରଥାରୂଢ ପରେ ପ୍ରତୀକ ରଥ ଟଣା ହୋଇ ଶ୍ରୀମନ୍ଦିରକୁ ବାହୁଡିଥିବା ବେଳେ ରାୟଗଡ଼, ବିଷମକଟକ, କଲ୍ୟାଣସିଙ୍ଗପୁର, ପାଇକପଡା, ମୁନିଗୁଡା ଏବଂ ଗୁଣପୁରରେ ତିନି ଠାକୁରଙ୍କ କେବଳ ବେଢା ଭିତରେ ବିଧି ମୁତବକ ନୀତିକାନ୍ତି ସମ୍ପନ୍ନ ହୋଇଛି ।

କଡା ସୁରକ୍ଷା ମଧ୍ୟରେ ସମାପନ ହେଲା କାଳିଆ ସାଆନ୍ତଙ୍କ ବାହୁଡା ଯାତ୍ରା

ବୁଧବାର ରାୟଗଡା ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଭୋର ୫ ଟାରେ ପହଡ ଉଠିବା ପରେ ମଙ୍ଗଳ ଆଳତି, ଅବକାଶ, ତଡପଲାଗି ନୀତି ସାରିବା ପରେ ମଧ୍ୟାହ୍ନରେ ଖେଚୁଡି ଭୋଗ ହୋଇଥିଲା । ଅପରାହ୍ନ ୪ ରେ ସେବାୟତଙ୍କ ଦ୍ଵାରା ଦୁଇ ଠାକୁରଙ୍କୁ ସେରେଣା ପଟ୍ଟା ଲାଗି ପରେ ପହଣ୍ଡି ଆରମ୍ଭ ହୋଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ସେଠାରେ ପ୍ରଥମେ ବଡ ଠାକୁର ଏବଂ ଦେବୀ ସୁଭଦ୍ରାଙ୍କ ମନ୍ଦିର ପ୍ରବେଶ ପରେ କଳଶାନ୍ତଙ୍କୁ ଲକ୍ଷ୍ମୀ ଠାକୁରାଣୀ କବାଟ କିଳି ବାଟ ଛାଡିନଥିଲେ । ଉଭୟଙ୍କ ମଧ୍ୟରେ ବଚନିକା ମଧ୍ୟରେ ବାଦାନୁବାଦ ପରେ କଳାଠାକୁର ରସଗୁଲା ଦେଇ ମାନଭଞ୍ଜନ କରିଥିଲେ ।

କୋରୋନା କଟକଣା ଯୋଗୁଁ ବୁଧବାର ମଧ୍ୟ ଅନେକ ଭକ୍ତ କାଳିଆ ସାଆନ୍ତଙ୍କ ଦର୍ଶନ ନପାଇ ମନଦୁଃଖରେ ଫେରି ଯାଇଥିବା ଦେଖିବାକୁ ମିଳିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଦେଖି ମନ୍ଦିର ପରିସରରେ ପୋଲିସ ଛାଉଣି କରାଯାଇଥିବା ବେଳେ ମନ୍ଦିର ବାହାରେ ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଥିଲା ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details