ଓଡିଶା

odisha

ETV Bharat / state

ଶିକ୍ଷକଙ୍କ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ - loot in rayagada omp

ରାୟଗଡା ସଦର OMP ନିକଟରେ ବି. ରାଜେଶ ନାମକ ଜଣେ ଶିକ୍ଷକଙ୍କ ଘରେ ଲୁଟେରା କଳାକନା ବୁଲାଇଛନ୍ତି । ଅଧିକ ପଢନ୍ତୁ...

loot
ରାୟଗଡାରେ ଲୁଟ୍

By

Published : Jan 16, 2020, 9:14 PM IST

ରାୟଗଡା: ସହରରେ ପୁଣି ମାତିଲେ ଲୁଟେରା । ରାୟଗଡା ସଦର OMP ନିକଟରେ ବି. ରାଜେଶ ନାମକ ଜଣେ ଶିକ୍ଷକଙ୍କ ଘରେ ଲୁଟେରା କଳାକନା ବୁଲାଇଛନ୍ତି ।

ରାୟଗଡାରେ ଲୁଟ୍

ସୂଚନା ମୂତାବକ, ଗତ 14 ତାରିଖ ଦିନ ପରିବାରକୁ ନେଇ ନିଜ ଗାଁ ଗୁଣପୁରକୁ ପୋଙ୍ଗଲ ପାଳିବାକୁ ଯାଇଥିଲେ ରାଜେଶ । ଗୁଣପୁରରେ ଦୁଇ ଦିନ ରହି ଗୁରୁବାର ଫେରିବା ପରେ ଘରର ମୁଖ୍ୟ ଗ୍ରୀଲ, କବାଟ ଭଙ୍ଗା ଥିବା ସେ ଦେଖିବାକୁ ପାଇଥିଲେ ।

ତେବେ ଦୁର୍ବୃତ୍ତମାନେ ଘରେ ଭିତରେ ଥିବା ଆଲମାରୀ ଏବଂ ବେଡ଼ରୁମ୍ ଭିତରେ ଥିବା ଆଲମାରୀ ଭାଙ୍ଗି 8 ଭରି ସୁନା ଗହଣା, ନଗଦ 20 ହଜାର ଟଙ୍କା ସହିତ ରୁପା ଅଳଙ୍କାର ଗୁଡିକ ଲୁଟି ନେଇଥିବା ଜଣାପଡିଛି ।

ଏନେଇ ରାୟଗଡା ଥାନାରେ ରାଜେଶ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅନୁସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details