ଓଡିଶା

odisha

ETV Bharat / state

ରାୟଗଡ଼ାରେ ପ୍ରଥମ ଲୋକକଳା ଦିବସ ପାଳିତ - ରାୟଗଡ଼ା

ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକକଳା ଦିବସ ପାଳିତ ହୋଇଛି । ଲୁଚି ଯାଉଥିବା ପ୍ରତିଭାକୁ ପୁନଃରୁଦ୍ଧାର କରିବା ନେଇ ରାୟଗଡ଼ାରେ ମଧ୍ୟ ପାଳିତ ହୋଇଛି ଲୋକକଳା ଦିବସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

By

Published : Jun 15, 2019, 2:48 PM IST

Updated : Jun 18, 2019, 10:56 AM IST

ରାୟଗଡ଼ା: ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଲୋକକଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା ଏହି ମହୋତ୍ସବ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ଏହି ଲୋକକଳା ଦିବସ ମାଧ୍ୟମରେ ଲୁଚି ଯାଉଥିବା ପ୍ରତିଭାର ପୁନଃଉଦ୍ଧାର ହେବା ସହ ଲୋକକଳା ପ୍ରତି ଅଧିକରୁ ଅଧିକଙ୍କୁ ଆକୃଷ୍ଟ କରିବା ପାଇଁ ଏହା ଏକ ପ୍ରୟାସ । ଏଥିସହ ଲୁକାୟିତ ପ୍ରତିଭାର ଅନ୍ବେଷଣ କରିବାରେ ଏହା ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ ।

ଏହି ଅବସରରେ ଜିଲ୍ଲାର 11ଟି ବ୍ଲକ ଓ 2ଟି ମ୍ୟୁନିସିପାଲଟି ଏବଂ ଗୋଟିଏ ଏନସିର କଳାକାରମାନଙ୍କ ଦ୍ବାରା ପାରମ୍ପରିକ ନାଚଗୀତର ଆୟୋଜନ କରାଯାଇଥିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Jun 18, 2019, 10:56 AM IST

ABOUT THE AUTHOR

...view details