ଓଡିଶା

odisha

By

Published : Mar 31, 2020, 9:18 PM IST

Updated : Mar 31, 2020, 10:07 PM IST

ETV Bharat / state

ଲକଡାଉନ ନିୟମ ଉଲ୍ଲଂଘନ, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ଲକଡାଉନ ନିୟମ ଉଲଂଘନ କରି ପୁଣି ଆଉ ଏକ ଆମ୍ବୁଲାନ୍ସ ଡ୍ରାଇଭର ଗିରଫ । ଅଧିକ ପଢନ୍ତୁ..

ଲକଡାଉନ ନିୟମ ଉଲଙ୍ଘନ, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ
ଲକଡାଉନ ନିୟମ ଉଲଙ୍ଘନ, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ରାୟଗଡା: ଲକଡାଉନ ନିୟମ ଉଲ୍ଲଂଘନ କରି ପୁଣି ଆଉ ଏକ ଆମ୍ବୁଲାନ୍ସ ଡ୍ରାଇଭର ଗିରଫ । ଗୋଟିଏପଟେ କୋରୋନା ଭାଇରସକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଆଉ ଏହି ଲକଡାଉନରୁ ଆମ୍ବୁଲାନ୍ସ ଏବଂ ଜରୁରୀକାଳନୀ ସେବା ପାଇଁ କେତେକ ଚାରିଚକିଆ ଯାନକୁ କୋହଳ କରାଯାଇଛି ।

ଲକଡାଉନ ନିୟମ ଉଲ୍ଲଂଘନ, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ତେବେ ଏହାର ଫାଇଦା ନେଇ ଗଳାବାଟ ସାଜିଛି ଜରୁରୀ ସେବାପ୍ରଦାନ କରୁଥିବା ଆମ୍ବୁଲାନ୍ସ । ସବୁ ନିୟମକୁ ଉଲ୍ଲଂଘନ କରି ରବିବାର ଦିନ ଏକ ଆମ୍ବୁଲାନ୍ସ ୬ ଜଣ ଯାତ୍ରୀଙ୍କୁ ନେଇ ଓଡ଼ଗାଁରୁ ରାୟଗଡ଼ା ଦେଇ କୋରାପୁଟ ଜିଲ୍ଲାର ଦାମନଜୋଡ଼ି ଯାଉଥିବା ବେଳେ ପୋଲିସ ହାବୁଡରେ ଧରାପଡ଼ିଥିଲା । ଏହାସହ ଗାଡିର ଡ୍ରାଇଭର ଲକ୍ଷ୍ମୀ ନାରାୟଣ ସେନାପତି ଗିରଫ କରିଥିଲା ପୋଲିସ ।

ସେହିପରି ମଙ୍ଗଳବାର ୧୦ ଜଣ ଯାତ୍ରୀଙ୍କୁ ନେଇ କାଶିପୁର ବ୍ଲକ ଟିକିରିରୁ ଉତ୍କଳ ଆଲୁମିନାର ଆମ୍ବୁଲାନ୍ସ୍ ଭଞ୍ଜନଗର ଅଭିମୁଖେ ଯିବା ବାଟରେ କଲେଜ ରୋଡ ନିକଟରେ ପୋଲିସ ଯାଞ୍ଚ ସମୟରେ ଜାଲରେ ପଡ଼ିଛନ୍ତି ଡ୍ରାଇଭର ସମେତ ୧୦ ଯାତ୍ରୀ । ଯାତ୍ରୀଙ୍କ ସହ ଆମ୍ବୁଲାନ୍ସର ଡ୍ରାଇଭରକୁ ପୋଲିସ ରାୟଗଡା ଥାନାରେ ଅଟକ ରଖିଛି ପଚରା ଉଚରା କରୁଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Mar 31, 2020, 10:07 PM IST

ABOUT THE AUTHOR

...view details