ଓଡିଶା

odisha

ETV Bharat / state

ଦୁର୍ଗମ ଅଞ୍ଚଳରେ ସଚେତନତା ବାର୍ତ୍ତା, ସହରରେ ଲାଗିଛି ନାକାବନ୍ଦୀ - coronavirus news

ରାୟଗଡା ଜିଲ୍ଲାରେ ଲକ୍ ଡାଉନ ପ୍ରଥମ ଦିନ ସହର ଚାରିଆଡେ ଲାଗିଛି ନାକାବନ୍ଦୀ । ଦୁର୍ଗମ ଅଞ୍ଚଳରେ ବଣ୍ଟାଯାଉଛି ସଚେତନତାର ବାର୍ତ୍ତା । ମହାମାରୀ କୋରୋନାକୁ ନେଇ ଲୋକଙ୍କ ଘରଘର ବୁଲି ଅଙ୍ଗନବାଡି ଏବଂ ଆଶାକର୍ମୀ ମାନେ ସଚେତନ କରୁଛନ୍ତି । ଅଧିକ ପଢନ୍ତୁ...

lockdown-first-day-at-rayagada-district
ଦୁର୍ଗମ ଅଞ୍ଚଳରେ ଚାଲିଛି ସଚେତନତାର ବାର୍ତ୍ତା, ସହର ଚାରିଆଡେ ଲାଗିଛି ନାକାବନ୍ଦି

By

Published : Mar 26, 2020, 8:21 AM IST

ରାୟଗଡା: ଦୁର୍ଗମ ଅଞ୍ଚଳରେ ବଣ୍ଟାଯାଉଛି ସଚେତନତାର ବାର୍ତ୍ତା, ସହର ଚାରିଆଡେ ଲାଗିଛି ନାକାବନ୍ଦି ।ଏହା କୌଣସି ଯାନି ଯାତ୍ରା କି ପୂଜା ପାଇଁ ଘଣ୍ଟା ବାଜୁନି ବରଂ ମହାମାରୀ କୋରୋନାକୁ ନେଇ ଲୋକଙ୍କ ଘରଘର ବୁଲି ଅଙ୍ଗନବାଡି ଏବଂ ଆଶାକର୍ମୀ ମାନେ ସଚେତନ କରୁଛନ୍ତି ।

ଦୁର୍ଗମ ଅଞ୍ଚଳରେ ଚାଲିଛି ସଚେତନତାର ବାର୍ତ୍ତା, ସହର ଚାରିଆଡେ ଲାଗିଛି ନାକାବନ୍ଦି

ଉପାନ୍ତ ପାହାଡ ପର୍ବତ ଘେରା ରାୟଗଡା ଜିଲ୍ଲାରେ ମହାମାରୀ କରୋନା ମୁକାବିଲା ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଭୟାବହତା ପ୍ରକାଶ ପାଇଛି । ସବୁଠି ଛାଇଯାଇଛି ନିସ୍ତବ୍ଧତା , କେବଳ ସହର ନୁହେଁ ଗାଁ ଗଣ୍ଡାରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ । ମହାମାରୀ କୋରୋନାକୁ ନେଇ ଲୋକଙ୍କୁ ବିଭିନ୍ନ ପ୍ରକାରର ସଚେତନତା କରାଯାଉଛି । ସାରା ଭାରତରେ ୨୧ଦିନ ଧରି ଲକ ଡାଉନ ଘୋଷଣା କରିବା ପରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲା ଭିତରକୁ ପ୍ରବେଶ କରୁଥିବା ସବୁ ସୀମାପଥକୁ ସିଲ କରିଦେବା ସହ ଖାନତଲାସି ଜାରିରଖିଛି ପୋଲିସ । ଏସପି ରାସ୍ତାଉପରେ ରହି ଲକ ଡାଉନ ପ୍ରତି କଡା ନଜର ରଖିଛନ୍ତି । ସହର ଭିତରେ ପୋଲିସ ବ୍ୟାରିକେଡ ଲଗାଇ ଲୋକଙ୍କୁ ତାଗିଦ କରୁଛନ୍ତି । ଏତେ ସବୁ କଟକଣା ସତ୍ବେ ସହରରେ ମାଳମାଳ ଗାଡ଼ି ପ୍ରମାଣ କରୁଛି କେତେ ଖାତିର ରହିଛି ପ୍ରଶାସନର ନିୟମକୁ । ଅପରପକ୍ଷରେ ଗତ ୭ଦିନ ମଧ୍ୟରେ ଜିଲାର ୬୦୦ ରୁ ଅଧିକ ଗାଁରେ ୧୯୯୫ ଜଣ କ୍ବାରେଣ୍ଟାଇନରେ ରହିଥିବା କହିଛନ୍ତି ଜିଲ୍ଲାପାଳ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details