ଓଡିଶା

odisha

ETV Bharat / state

କମାର ଶାଳରୁ ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ଜବତ, ଦୁଇ ଗିରଫ - local made gun equipment seized

ରାୟଗଡା ଜିଲ୍ଲା ବୁର୍ଜୁଗୁଡ଼ା ଗ୍ରାମର ଏକ କମାର ଶାଳରେ ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ଗଚ୍ଛିତ ରହିଥିବା ନେଇ ମୁନିଗୁଡ଼ା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦେଉରୀଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଏହି କମାର ଶାଳ ଉପରେ ଅତର୍କିତ ଚଢ଼ଉ କରିଥିଲା ।

କମାର ଶାଳରୁ ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ଜବତ, ଦୁଇ ଗିରଫ
କମାର ଶାଳରୁ ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ଜବତ, ଦୁଇ ଗିରଫ

By

Published : Aug 29, 2020, 7:12 PM IST

ରାୟଗଡା: ଜିଲ୍ଲାର ମୁନିଗୁଡ଼ା ଥାନା ଅନ୍ତର୍ଗତ ବୁର୍ଜୁଗୁଡ଼ା ଗ୍ରାମର ଏକ କମାର ଶାଳରୁ ବେଆଇନ ଭାବେ ଗଚ୍ଛିତ ଥିବା ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି ପୋଲିସ। ଏଥିସହ ପୋଲିସ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ସୂଚନା ଅନୁଯାୟୀ, ବୁର୍ଜୁଗୁଡ଼ା ଗ୍ରାମର ଏକ କମାର ଶାଳରେ ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ଗଚ୍ଛିତ ରହିଥିବା ନେଇ ମୁନିଗୁଡ଼ା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦେଉରୀଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଏହି କମାର ଶାଳ ଉପରେ ଅତର୍କିତ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୋଲିସ କମାର ଶାଳରୁ ଦେଶୀ ବନ୍ଧୁକ ତିଆରି ପାଇଁ ନିର୍ମିତ ହେଉଥିବା ଲୁହା ପାଇପ୍‌, ରୋଲ ସମେତ ହାତୁଡ଼ି, ଲୁହା ତରଳାଇବା ଚୁଲି ଭଳି ବିଭିନ୍ନ ସାମଗ୍ରୀ ଜବତ କରିଥିଲା।

କମାର ଶାଳରୁ ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ଜବତ, ଦୁଇ ଗିରଫ

ତେବେ ବେଆଇନ ଭାବେ ଏହି ସାମଗ୍ରୀ ତିଆରି କରୁଥିବା ଗୌରାଙ୍ଗ କରକରିଆ ଓ ହାତୀରାମ କୁଲେସିକାଙ୍କୁ ପୋଲିସ ଗିରଫ କରିଛି । ଉଭୟଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ଏହି କମାର ଶାଳରେ କାହିଁକି ଦେଶୀ ବନ୍ଧୁକର ବ୍ୟବହୃତ ସାମଗ୍ରୀ ତିଆରି ହେଉଥିଲା। ଏହି କାରବାରରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି ନାଁ ନାହିଁ ସେନେଇ ପୋଲିସ ଅଧିକ ତଦନ୍ତ କରୁଛି। ବୁର୍ଜୁଗୁଡ଼ା ଅଞ୍ଚଳ ନିୟମଗିରି ପାହାଡ଼ ପାଦ ଦେଶରେ ଥିବା ବେଳେ ଏହି ଅଞ୍ଚଳରେ ନକ୍ସଲମାନଙ୍କ ଗତିବିଧି ଏଥିରେ ନକ୍ସଲଙ୍କ ସମ୍ପୃକ୍ତି ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ରାସ୍ତାଘାଟ ନିର୍ମାଣକୁ ବିରୋଧ କରି ଗତ ଦିନରେ ବୁର୍ଜୁଗୁଡ଼ାର ନିକଟସ୍ଥ କିଛି ଗାଁରେ ନକ୍ସଲ ନାଁରେ ପୋଷ୍ଟର ଲାଗିଥିଲା। ତେଣୁ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details