ରାୟଗଡା:ବିବାହ ନିମନ୍ତ୍ରଣ ଦେବା ବାହାନାରେ ଲୁଟ ଉଦ୍ୟମ । ଲୁଟ୍ ଉଦ୍ୟମ କରୁଥିବାବେଳେ ଘର ଲୋକେ ପାଟି କରିବାରୁ ଚମ୍ପଟ ମାରିଲେ ମହିଳାଙ୍କ ସହ ୫ ଲୁଟେରା । ରାୟଗଡାର ସ୍ଥାନୀୟ କଲେଜରୋଡର ଜଗନ୍ନାଥ ମହାନ୍ତିଙ୍କ ଘରେ ପସି ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଜଣେ ମହିଳାଙ୍କ ସମେତ ୫ଜଣ ଲୁଟେରା କଲେଜ ରୋଡର ଜଗନ୍ନାଥ ମହାନ୍ତିଙ୍କ ଘରକୁ ରବିବାର ବିବାହ ନିମନ୍ତ୍ରଣ ପ୍ରଦାନ ପାଇଁ ଆସିଥିବା କହିଥିଲେ ।
ସେମାନଙ୍କ କଥାରେ ବିଶ୍ଵାସକରି ଜଗନ୍ନାଥଙ୍କ ସ୍ତ୍ରୀ କବାଟ ଖୋଲିଥିଲେ । ପରେ ୫ ଲୁଟେରା ଘର ଭିତରକୁ ଜବରଦସ୍ତ ପ୍ରବେଶକରି ତାଙ୍କ ସ୍ତ୍ରୀ, ପୁଅ ଓ ଝିଅଙ୍କ ବେକରେ ଛୁରୀ ଲଗାଇ ଲୁଟ୍ ଆରମ୍ଭ କରିଥିଲେ । ତେବେ ପରିବାରର ସମସ୍ତେ ପାଟିକରିବାରୁ ଲୁଟେରାମାନେ ଦୌଡି ପଳାଇଥିଲେ । ଯାହାର ଦୃଶ୍ୟ CCTVରେ କଏଦ ହୋଇଛି । ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି CCTV ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।