ଓଡିଶା

odisha

By

Published : Apr 18, 2020, 7:21 PM IST

ETV Bharat / state

ଲକଡାନରେ ବିପୁଳ ପରିମାଣର ଦେଶୀ ମଦ ସହ ପୋଚ ନଷ୍ଟ

ଲକଡାଉନ ମଦ ମାଫିଆଙ୍କ ଉତ୍ପାଦ । ରାୟଗଡା ସୀମାନ୍ତ ଓଡ଼ିଶା ଆନ୍ଧ୍ରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ । ବିପୁଳ ପରିମାଣର ଦେଶୀ ମଦ ଜବତ ସହ ତାହାକୁ ଉକ୍ତ ସ୍ଥାନରେ ନଷ୍ଟ କରାଯାଇଛି ।

Liquor seized in rayagada
ବିପୁଳ ପରିମାଣର ଦେଶୀ ମଦ ସହ ପୋଚ ନଷ୍ଟ

ରାୟଗଡା: ବେଆଇନ ଦେଶୀ ଓ ବିଦେଶୀ ମଦ ଚାଲାଣ ରୋକିବାକୁ ରାୟଗଡା ପୋଲିସ ପକ୍ଷରୁ ଅଭିଯାନ ଆରମ୍ଭ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ଏବଂ ପୋଲିସ ବିଭାଗ ଚୋରା ମଦ ଆଡ୍ଡା ଉପରେ ଚଢଉ ଆରମ୍ଭ କରିଛି ।

ଲକଡାନରେ ବିପୁଳ ପରିମାଣର ଦେଶୀ ମଦ ସହ ପୋଚ ନଷ୍ଟ

ଏହି କ୍ରମରେ ଶନିବାର ଜିଲ୍ଲାର ସୀମାନ୍ତ ଓଡ଼ିଶା ଆନ୍ଧ୍ରର ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ ସହ ତାହାକୁ ନଷ୍ଟ କରିଦିଆଯାଇଛି ।

ଅବକାରୀ ଏବଂ ପୁଲିସର ଏକ ସ୍ଵତନ୍ତ୍ର ଟିମ କୈଳାସପୁର ଏବଂ ଧାମିନିଗୁଡା ଗାଁରେ ଚଢାଉ କରି ୧୮୦୦ ଲିଟର ମହୁଲ ପୋଚ ସାଙ୍ଗକୁ , ୧୨୦ ଲିଟର ପ୍ରସ୍ତୁତି ଦଶୀମଦ ଜବତ କରି ସେହିଠାରେ ନଷ୍ଟ କରି ଦେଇଛନ୍ତି । ତେବେ ଏହି ମାମଲାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ପୁଲିସ କିମ୍ବା ଅବକାରି ବିଭାଗ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details