ରାୟଗଡା: ଲକଡାଉନ ସତ୍ତ୍ବେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଚୋରା ମଦ ଚାଲାଣ ଓ ପ୍ରସ୍ତୁତି । ଏନେଇ ରାୟଗଡା ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା ଦେଶୀ ଓ ବିଦେଶୀ ମଦ ଚାଲାଣକୁ ରୋକିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏମ୍ ଶ୍ରବଣ ବିବେକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅବକାରୀ ଏବଂ ପୋଲିସ ବିଭାଗ ଚୋରା ମଦ ଆଡ୍ଡାସ୍ଥଳୀ ଉପରେ ଚଢାଉ ଆରମ୍ଭ କରିଛି ।
ଲକଡାଉନରେ ମଦ ଚାଲାଣ, ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ନଷ୍ଟ - ରାୟଗଡା ଲାଟେଷ୍ଟ ନ୍ୟୁଜ୍
ଲକଡାଉନ ସତ୍ତ୍ବେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଚୋରା ମଦ ଚାଲାଣ ଓ ପ୍ରସ୍ତୁତି । ଏନେଇ ରାୟଗଡା ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା ଦେଶୀ ଓ ବିଦେଶୀ ମଦ ଚାଲାଣକୁ ରୋକିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ । ଅଧିକ ପଢ଼ନ୍ତୁ...
![ଲକଡାଉନରେ ମଦ ଚାଲାଣ, ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ନଷ୍ଟ liquor business in lockdown, liquor damaged, rayagada police raid on winery, rayagada latest news, country liquor seized and damaged in rayagada, ଲକଡାଉନରେ ମଦ ଚାଲାଣ, ମଦ ଓ ପୋଚ ନଷ୍ଟ, ରାୟଗଡା ପୋଲିସର ମଦ ଆଡ୍ଡାସ୍ଥଳୀ ଚଢାଉ, ରାୟଗଡା ଲାଟେଷ୍ଟ ନ୍ୟୁଜ୍, ରାୟଗଡାରେ ଦେଶୀ ମଦ ଓ ପୋଚ ଜବତ ସହ ନଷ୍ଟ](https://etvbharatimages.akamaized.net/etvbharat/prod-images/768-512-6967739-139-6967739-1588011320172.jpg)
ଲକଡାଉନରେ ମଦ ଚାଲାଣ, ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ନଷ୍ଟ
ଲକଡାଉନରେ ମଦ ଚାଲାଣ, ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ନଷ୍ଟ
ଏହି କ୍ରମରେ ରାୟଗଡା ଜିଲ୍ଲାର ଶିମାନ୍ତର ବାରିଝୋଲା, ମାଲିଗାଁରେ ଚଢାଉ କରାଯାଇଥିଲା । ଯେଉଁଥିରେ 2300 ଲିଟର ପୋଚ ଓ 300 ଲିଟର ଦେଶୀ ମଦ ଜବତ କରାଯାଇଛି । ଏଥିସହ ଜବତ ପୋଚ ଓ ଦେଶୀ ମଦକୁ ସେଠାରେ ହିଁ ନଷ୍ଟ କରିଦିଆଯାଇଛି । ତେବେ ଏହି ମାମଲାରେ କେହି ଗିରଫ ହୋଇନଥିବା ସ୍ପଷ୍ଟ କରିଛନ୍ତି ରାୟଗଡା ଏସପି ଡ଼ଃ ଏମ ଶ୍ରବଣ ବିବେକ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ