ଓଡିଶା

odisha

ETV Bharat / state

ଭୁଲ ପ୍ରମାଣପତ୍ର ଦେବା ପଡିଲା ମହଙ୍ଗା, ଲାଇସେନ୍ସ ତିନି ମାସ ପାଇଁ ବାତିଲ - ପ୍ରମାଣ ପତ୍ର

ରାୟଗଡ ସହରର ମା‘ ମଝିଘରିଆଣୀ ମୋବାଇଲ ପଲ୍ୟୁସନ ଟେଷ୍ଟିଂ ନାମକ ଏକ ଏଜେନ୍ସିର ଚୁକ୍ତି ପ୍ରମାଣପତ୍ରକୁ ଆସନ୍ତା ତିନି ମାସ ପାଇଁ ବାତିଲ କରିଛନ୍ତି ରାୟଗଡ ଜିଲ୍ଳା ଆଞ୍ଚଳିକ ପରିବହନ ଅଧିକାରୀ ।

ଭୁଲ ପ୍ରମାଣପତ୍ର ଦେବା ପଡିଲା ମହଙ୍ଗା, ଲାଇସେନ୍ସ ତିନି ମାସ ପାଇଁ ବାତିଲ
ଭୁଲ ପ୍ରମାଣପତ୍ର ଦେବା ପଡିଲା ମହଙ୍ଗା, ଲାଇସେନ୍ସ ତିନି ମାସ ପାଇଁ ବାତିଲ

By

Published : Mar 17, 2020, 3:56 AM IST

ରାୟଗଡା: ପରିବହନ ବିଭାଗ ପକ୍ଷରୁ ଟ୍ରକକୁ ଜବତ ପରେ ମିଳିଛି ପ୍ରମାଣ ପତ୍ର । ଆଉ ଏହି ପ୍ରମାଣପତ୍ର ମିଳିବା ପରେ ରାୟଗଡ ସହରର ମା‘ ମଝିଘରିଆଣୀ ମୋବାଇଲ ପଲ୍ୟୁସନ ଟେଷ୍ଟିଂ ନାମକ ଏକ ଏଜେନ୍ସିର ଚୁକ୍ତି ପ୍ରମାଣପତ୍ରକୁ ଆସନ୍ତା ତିନି ମାସ ପାଇଁ ବାତିଲ କରିଛନ୍ତି ରାୟଗଡ ଜିଲ୍ଳା ଆଞ୍ଚଳିକ ପରିବହନ ଅଧିକାରୀ ଦିଲିପ କୁମାର ବେହେରା ।

ଭୁଲ ପ୍ରମାଣପତ୍ର ଦେବା ପଡିଲା ମହଙ୍ଗା, ଲାଇସେନ୍ସ ତିନି ମାସ ପାଇଁ ବାତିଲ

ମିଳିଥିବା ସୂଚନା ଅନୁସାରେ ଗତ ମାର୍ଚ୍ଚ ୩ ତାରିଖ ଦିନ ଗଜପତି ପରିବହନ ବିଭାଗ ପକ୍ଷରୁ ରାୟଗଡର ଏକ ଟ୍ରକ (ଓଆର୧୮ସି-୩୮୩୭)କୁ ଯାଞ୍ଚ ସମୟରେ ଅନେକ କାଗଜପତ୍ର ନଥିବାରୁ ଜବତ କରାଯାଇଥିଲା । ଗଜପତି ପରିବହନ ନିରୀକ୍ଷକ ସକାଳ ୯.୨୮ ମିନିଟରେ ଟ୍ରକଟିକୁ ଜବତ କରିଥିବା ବେଳେ ସେହିଦିନ ସନ୍ଧ୍ୟା ୫.୨୯ ମିନିଟରେ ରାୟଗଡର ମା’ମଝିଘରିଆଣୀ ମୋବାଇଲ ପଲ୍ୟୁସନ ଟେଷ୍ଟିଂ ଏଜେନ୍ସି କର୍ତ୍ତୁପକ୍ଷ ଜବତ ଟ୍ରକର ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ସପ୍ତାହ ବ୍ୟବଧାନ ପରେ ଟ୍ରକ ମାଲିକ ସମସ୍ତ କାଗଜପତ୍ର ନେଇ ଗଜପତି ପରିବହନ ନିରୀକ୍ଷକଙ୍କଠାରେ ଦାଖଲ କରିଥିବା ବେଳେ ପ୍ରଦାନ କରାଯାଇଥିବା ପ୍ରମାଣପତ୍ରକୁ ଅଧିକାରୀ ଜଣକ ମନରେ ସନ୍ଦେହ ହୋଇଥିଲା । ପରେ ୩ ତାରିଖ ସକାଳେ ଟ୍ରକ ଜବତ ହୋଇଥିବା ବେଳେ ଏଜେନ୍ସି ପକ୍ଷରୁ କିପରି ଭାବେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଏନେଇ ନିରୀକ୍ଷକ ପ୍ରଶ୍ନ କରିଥିଲେ ।

ଏନେଇ ଟ୍ରକ ମାଲିକ ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାରୁ ଗଜପତି ପରିବହନ ଅଧିକାରୀ ରାୟଗଡ ଆରଟିଓଙ୍କୁ ଜଣାଇଥିଲେ । ଖବର ପାଇବା ପରେ ରାୟଗଡା ଆରଟିଓ ଦିଲିପ ବେହେରା ସଂପୃକ୍ତ ଏଜେନ୍ସି କର୍ତ୍ତୃପକ୍ଷଙ୍କୁ ଡାକି କାରଣ ଦର୍ଶାଅ ନୋଟିସ ଜାରି କରିଥିବା ବେଳେ କର୍ତ୍ତୁପକ୍ଷ ମଧ୍ୟ କୈାଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଏଜେନ୍ସିର ଚୁକ୍ତି ପ୍ରମାଣ ପତ୍ର ସହ ଲାଇସେନ୍ସକୁ ବାତିଲ କରିଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details