ଓଡିଶା

odisha

By

Published : Mar 21, 2021, 8:12 AM IST

ETV Bharat / state

ରାଷ୍ଟ୍ରିୟ ମର୍ଯ୍ୟାଦାରେ ସିଆରପିଏଫ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କୋଡିପାରି ଗ୍ରାମର ତୁଳସୀ ଦାସ ଭତ୍ରାଙ୍କ ସୁପୁତ୍ର ଜେମସ ଦାସ ଭତ୍ରା ସିଆରପିଏଫ ତୃତୀୟ ବାଟାଲିୟନ ସହକାରୀ କମାଣ୍ଡାଣ୍ଟ (ଆଇପିଏସ ଅଫିସର) ଭାବେ ପ୍ରଶିକ୍ଷଣ ନେଉଥିବା ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କର ମୃତ୍ୟୁ ଘଟିଛି ।

ସିଆରପିଏଫ ଯବାନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ
ସିଆରପିଏଫ ଯବାନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ରାୟଗଡା: ଶୋକାକୁଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ସହିଦ ସିଆରପିଏଫ ଯବାନ ଜେମସ ଦାସଙ୍କ ଶେଷକୃତ୍ୟ। ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କୋଡିପାରି ଗ୍ରାମର ତୁଳସୀ ଦାସ ଭତ୍ରାଙ୍କ ସୁପୁତ୍ର ଜେମସ ଦାସ ଭତ୍ରା ସିଆରପିଏଫ ତୃତୀୟ ବାଟାଲିୟନ ସହକାରୀ କମାଣ୍ଡାଣ୍ଟ (ଆଇପିଏସ ଅଫିସର) ଭାବେ ପ୍ରଶିକ୍ଷଣ ନେଉଥିବା ସମୟରେ ହଠାତ୍ ଅସୁସ୍ଥତାଅନୁଭବ କରିଥିଲେ ।

ସିଆରପିଏଫ ଯବାନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ତାଙ୍କୁ ଦିଲ୍ଲୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପାଇବା ପରେ କାଶୀପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମର ଶରୀରକୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀରୁ ବିଶାଖାପାଟଣା ଏୟାରପୋର୍ଟକୁ ଅଣାଯାଇ ଏକ ସ୍ଵତନ୍ତ୍ର ଗାଡ଼ିରେ ନିଜ ପୈତୃକ ଘର କୋଡିପାରି ଅଣାଯାଇଥିଲା ।

କୋଡିପାରି ଠାରେ ପ୍ରଶାସନିକ ଅଧିକାରୀଙ୍କ ଉପାସ୍ଥିତିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ଦେଇ ବିଧି ଅନୁସାରେ ଗ୍ରାମର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସୂଚନା ଥାଉକି, ମୃତ ଯବାନଙ୍କ ପିତା ତୁଳସୀ ଦାସ ଭତ୍ରା ମଧ୍ୟ ଆଇଟିବିପି ଯବାନ ଭାବେ ଦକ୍ଷତାର ସହ ଦେଶର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ।

ଅବସର ନେବା ପରେ ନିଜ ଗ୍ରାମ କୋଡିପାରି ଠାରେ ରହୁଛନ୍ତି । ଦୁଇ ବର୍ଷ ପୂର୍ବେ ହିଁ ଜେମସ ଆଇପିଏସ ଅଧିକାରୀ ଭାବେ ସିଆରପିଏଫରେ ନିଯୁକ୍ତ ପାଇଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details