ଓଡିଶା

odisha

ETV Bharat / state

ଏକଲବ୍ୟ ବିଦ୍ୟାଳୟ ଜମି ଚିହ୍ନଟ ବିବାଦ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡା ନିକଟରେ ପ୍ରଶାସନ ପକ୍ଷରୁ ଏକଲବ୍ୟ ବିଦ୍ୟାଳୟ ନିମନ୍ତେ ଜମି ଚିହ୍ନଟକୁ ନେଇ ବିବାଦ ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ନିକଟରେ ସପକ୍ଷବାଦୀଙ୍କ ଫେରାଦ । ଅଧିକ ପଢ଼ନ୍ତୁ

land dispute for eklavya vidyalaya in rayagada
ଏକଲବ୍ୟ ବିଦ୍ୟାଳୟ ଜମି ଚିହ୍ନଟ ବିବାଦ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

By

Published : Oct 22, 2022, 2:00 PM IST

ରାୟଗଡ଼ା: ଏକଲବ୍ୟ ବିଦ୍ୟାଳୟ ଜାଗା ଚିହ୍ନଟକୁ ନେଇ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ନିକଟରେ ସପକ୍ଷବାଦୀଙ୍କ ଫେରାଦ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡା ନିକଟରେ ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ଏକଲବ୍ୟ ଆଧୁନିକରଣ ବିଦ୍ୟାଳୟ ନିମନ୍ତେ ଜମି ଚିହ୍ନଟକୁ ନେଇ ବିବାଦ ଦେଖାଦେଇଛି ।

ଏକଲବ୍ୟ ବିଦ୍ୟାଳୟ ଜମି ଚିହ୍ନଟ ବିବାଦ

ଅଞ୍ଚଳର ଅଧିକାଂଶ ଲୋକ ଏକଲବ୍ୟ ବିଦ୍ୟାଳୟ ନିର୍ମାଣକୁ ସମର୍ଥନ କରୁଥିବା ବେଳେ ଯେଉଁମାନେ ପ୍ରସ୍ତାବିତ ସରକାରୀ ଜମିରେ ଚାଷ କରୁଛନ୍ତି ସେମାନେ ଏହାକୁ ତୀବ୍ର ବିରୋଧ କରି ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି । ବିଦ୍ୟାଳୟ ନିର୍ମାଣର ସପକ୍ଷବାଦୀ ଏବଂ ବିପକ୍ଷବାଦୀ ସହ ଜିଲ୍ଲା ପ୍ରଶାସନ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଏନେଇ ପୂର୍ବତନ ସରପଞ୍ଚ କହିଛନ୍ତି," ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳରେ ଏକଲବ୍ୟ ସ୍କୁଲ ନିର୍ମାଣ ହେବାକୁ ଯାଉଛି । କିନ୍ତୁ କିଛି ଲୋକ କୁଚକ୍ରାନ୍ତ କରି ନିରୀହ ଆଦିବାସୀଙ୍କୁ ପ୍ରବର୍ତ୍ତାଇ ଏଠାରେ ସ୍କୁଲ ତିଆରି କରିବାକୁ ବିରୋଧ କରୁଛନ୍ତି।"

ଏହା ମଧ୍ୟ ପଢ଼ନ୍ତୁ:ଏକଲବ୍ୟ ଆଧୁନିକରଣ ବିଦ୍ୟାଳୟ ନିମନ୍ତେ ଜମି ଚିହ୍ନଟକୁ ନେଇ ଉତ୍ତେଜନା

ସପକ୍ଷବାଦୀଙ୍କ ପକ୍ଷରୁ ପ୍ରଧାନୀଗୁଡା ଓ ମନେଇଗୁଡା ମୌଜାରେ ପ୍ରସ୍ତାବିତ ଏକଲବ୍ୟ ବିଦ୍ୟାଳୟ ନିମନ୍ତେ ସରକାରୀ ଜମି ଚୟନ କରିଥିଲେ । ଏହାକୁ ନେଇ ଚଳିତ ମାସ ୧୩ ତାରିଖ ଦିନ ଜିଲ୍ଲାପାଳ ସ୍ୱଧା ଦେବ ସିଂ ପରିଦର୍ଶନ କରି ଜମି ଚିହ୍ନଟ କରିଥିଲେ ଏବଂ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୁଣି ସେହି ଅଞ୍ଚଳର ଶତାଧିକ ଜନସାଧାରଣ ରାୟଗଡ଼ା ଏସ୍ପି ବିବେକାନନ୍ଦ ଶର୍ମା ଏବଂ ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କୁ ଭେଟି ଦାବିପତ୍ର ଦେଇଥିଲେ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details