ଓଡିଶା

odisha

ETV Bharat / state

ପୋଲିସ ମାଡକୁ ଭୟ, ଘର ପାଇଁ ସାହା ହେଲା ରେଳପଥ

ଦିନ ତମାମ ରେଳପଥରେ ଚାଲୁଥିଲୁ, ରାତିରେ ଜଙ୍ଗଲରେ ଶୋଉଥିଲୁ । ପୋଲିସ ଓ କ୍ବାରେନଣ୍ଟାଇନ ଭୟରେ ରାଜରାସ୍ତାକୁ ଆସୁନଥିଲୁ । ରେଳପଥରେ ହିଁ ଘରକୁ ଫେରିବାର ଏକମାତ୍ର ରାସ୍ତା ଥିବାରୁ 14 ଦିନ ହେଲା ବିଜୟୱାଡାରୁ ଝାଡଖଣ୍ଡ ଅଭିମୁଖେ ରେଳପଥରେ ହିଁ ଚାଲୁଛୁ ।

rayagada latest news, labours rescued from railway line, rayagada administration, labours going home through railway line, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌, ରେଳଲାଇନରୁ ଶ୍ରମିକ ଉଦ୍ଧାର, ରାୟଗଡା ପ୍ରଶାସନ, ଶ୍ରମିକଙ୍କ ପାଇଁ ରେଳପଥ ସାହା
ପୋଲିସ ମାଡକୁ ଭୟ, ଘର ପାଇଁ ସାହା ହେଲା ରେଳପଥ

By

Published : Apr 18, 2020, 10:55 PM IST

Updated : Apr 19, 2020, 10:15 AM IST

ରାୟଗଡା: ଦିନ ତମାମ ରେଳପଥରେ ଚାଲୁଥିଲୁ, ରାତିରେ ଜଙ୍ଗଲରେ ଶୋଉଥିଲୁ। ପୋଲିସ ଓ କ୍ବାରେନଣ୍ଟାଇନ ଭୟରେ ରାଜରାସ୍ତାକୁ ଆସୁନଥିଲୁ। ରେଳପଥରେ ହିଁ ଘରକୁ ଫେରିବାର ଏକ ମାତ୍ର ରାସ୍ତା ଥିବାରୁ 14 ଦିନ ହେଲା ବିଜୟୱାଡାରୁ ଝାଡଖଣ୍ଡ ଅଭିମୁଖେ ରେଳପଥରେ ହିଁ ଚାଲୁଛୁ । ଏ ହେଉଛି ରାୟଗଡା ଜିଲ୍ଲାର ରେଳ ଲାଇନର ଦୃଶ୍ୟ । ଯେଉଁଠାରୁ 536 କିଲୋମିଟର ଯାଏଁ ରେଳପଥ ଅତିକ୍ରମ କରିବା ପରେ ଶନିବାର ଉଦ୍ଧାର ହୋଇଛନ୍ତି 12 ଜଣ ଶ୍ରମିକ । ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏମାନଙ୍କୁ ଉଦ୍ଧାର ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ସମସ୍ତଙ୍କୁ କ୍ବାରେନଣ୍ଟାଇନରେ ରଖିଛି।

ପୋଲିସ ମାଡକୁ ଭୟ, ଘର ପାଇଁ ସାହା ହେଲା ରେଳପଥ

ଝାଡ଼ଖଣ୍ଡ ରାଜ୍ୟ କାଣ୍ଟି ଥାନା ଅଞ୍ଚଳର ଏହି 12 ଜଣ ନିର୍ମାଣ ଶ୍ରମିକ କାମ କରିବାକୁ ବିଜୟୱାଡା ଯାଇଥିଲେ । ବିଜୟୱାଡାର ୟୁଆରସି ନାମକ ଘରୋଇ କମ୍ପାନୀରେ ଏହି ଶ୍ରମିକମାନେ ଘର ତିଆରି କାମରେ ନିୟୋଜିତ ହୋଇଥିଲେ । ସପ୍ତାହେ କାମ କରିବା ପରେ ଲକଡାଉନ ଲାଗୁ ହୋଇଥିଲା । ଫଳରେ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କୁ ଘରକୁ ଚାଲି ଯିବାକୁ କହିଥିଲେ । କିନ୍ତୁ ରେଳ ଚଳାଚଳ ବନ୍ଦ ଯୋଗୁଁ ଶ୍ରମିକମାନେ ଘରକୁ ଫେରି ପାରିନଥିଲେ । କମ୍ପାନୀ ଶ୍ରମିକଙ୍କ ରହିବା କ୍ୟାମ୍ପକୁ ଖାଲି କରି ତାଲା ପକାଇ ଦେଇଥିଲେ । ସପ୍ତାହକର ମଜୁରୀ ମାଗିବା ପରେ କମ୍ପାନୀ ସୁପରଭାଇଜର ଶ୍ରମିକମାନଙ୍କୁ ଆଉ ଧରା ଛୁଆଁ ଦେଇନଥିଲେ ।

ଦୁଇ ତିନି ଦିନ ଭୋକ ଉପାସରେ କାଟିବା ପରେ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ ଶ୍ରମିକମାନେ । ରାସ୍ତାକୁ ଆସିଲେ ପୋଲିସ ମାଡ଼ ମାରୁଥିବାରୁ ରେଳପଥରେ ହିଁ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏମାନେ । ଦିନ ତମାମ ଚାଲିବା ପରେ ସନ୍ଧ୍ୟା ହେଲେ ଜଙ୍ଗଲ ଅଞ୍ଚଳ ଦେଖି ଶ୍ରମିକମାନେ ଶୋଉଥିବା ପ୍ରମୋଦ କୁମାର ରାମ ନାମକ ଜଣେ ଶ୍ରମିକ କହିଛନ୍ତି । ପରିବାର ଲୋକେ ବ୍ୟାକୁଳ ହେଉଥିବାରୁ ସମସ୍ତ ଶ୍ରମିକ ସୁରକ୍ଷିତ ଭାବେ ଘରେ ପହଞ୍ଚିବା ପାଇଁ ରେଳପଥ ଦେଇ ହିଁ ଚାଲୁଥିଲେ । 14 ଦିନ ପରେ ଶ୍ରମିକମାନେ ଶନିବାର ସନ୍ଧ୍ୟାରେ ରାୟଗଡ଼ାରେ ପହଞ୍ଚିଥିଲେ ।

ଏନେଇ କୌଣସି ସୂତ୍ରରୁ ପ୍ରଶାସନ ଖବର ପାଇବା ପରେ ରାପିଡ ରେସପନ୍ସ ଟିମ୍ ପିତାମହଲ ନିକଟରେ ଶ୍ରମିକଙ୍କୁ ଅଟକାଇଥିଲେ । ଅଟୋ ମାଧ୍ୟମରେ ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାପରେ ସମସ୍ତ ଶ୍ରମିକଙ୍କୁ କ୍ବାରେନଣ୍ଟାଇନରେ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ରବିବାର ଶ୍ରମିକଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯିବ ବୋଲି ସୂଚନା ମିଳିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Apr 19, 2020, 10:15 AM IST

ABOUT THE AUTHOR

...view details