ଓଡିଶା

odisha

ETV Bharat / state

10ଦଫା ଦାବି ନେଇ ଗର୍ଜିଲେ ନିର୍ମାଣ ଶ୍ରମିକ ସଂଗଠନ - ରାୟଗଡା ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘ

ରାୟଗଡା ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ଶ୍ରମିକ ମାନଙ୍କ ଆନୁସଙ୍ଗିକ ସୁବିଧା ପ୍ରଦାନ ନିମିତ୍ତ 10ଦଫା ଦାବିନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶ୍ରମିକ ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

labour-origanisation-protest-in-front-rayagada-collectorate-office
ଫଟୋ ସୌଜନ୍ୟ : ସମ୍ବାଦଦାତା,ରାୟଗଡା

By

Published : Dec 18, 2019, 9:42 PM IST

ରାୟଗଡା: ରାଜରାସ୍ତାରେ ଗର୍ଜିଲେ ନିର୍ମାଣ ଶ୍ରମିକ ସଂଗଠନ । ହଜାର ହଜାର ଶ୍ରମିକ ନିଜର ହକ ଦାବି କରି ରାଜରାସ୍ତାରେ ଗର୍ଜିଛନ୍ତି। ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ଶ୍ରମିକ ମାନଙ୍କ ଆନୁସଙ୍ଗିକ ସୁବିଧା ପ୍ରଦାନ ନିମିତ୍ତ 10ଦଫା ଦାବିନେଇ ପ୍ରତିବାଦ କରିଛନ୍ତି ।

10ଦଫା ଦବିନେଇ ରାଜରାସ୍ତାରେ ଗର୍ଜିଲେ ନିର୍ମାଣ ଶ୍ରମିକ ସଂଗଠନ

ଜିଲ୍ଲା ସଭାପତି ନିରଞ୍ଜନ ପାତ୍ରଙ୍କ ନେତୃତ୍ବରେ ସ୍ଥାନୀୟ ଗାନ୍ଧୀ ପାର୍କ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଶୋଭାଯାତ୍ରାରେ ରାଜ୍ୟ ସଭାପତି ପ୍ରଶାନ୍ତ ପାଢୀ, ରାଜ୍ୟ କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରେ ଶ୍ରମ ଅଧିକାରୀ ନିଯୁକ୍ତି, ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ଗଠନ, ଅଣସଙ୍ଗଠିତ କ୍ଷେତ୍ରରେ ଶ୍ରମିକଙ୍କୁ କଲ୍ୟାଣ ବୋର୍ଡ଼ରେ ସାମିଲ ଆଦି 10 ଦାବି ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଆସନ୍ତା ଏକ ମାସ ମଧ୍ୟରେ ୧୦ ଦଫା ଦାବି ପୂରଣ ନହୁଏ ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କରିବାକୁ ଧମକ ଦେଇଛି ସଂଗଠନ । ସେପଟେ ଜିଲାସ୍ତରୀୟ ଶ୍ରମିକ ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details