ରାୟଗଡା: ପୁଣି ଥରେ ଠକାମିର ଶିକାର ହୋଇଛନ୍ତି ନୀରିହ ଡଙ୍ଗରିଆ। ରାୟଗଡାର କଲ୍ୟାଣସିଂହପୁର ବ୍ଲକ ଅଧିନସ୍ଥ ପାରସାଲି ପଞ୍ଚାୟତର କାନସୁର, ତେବାପଡ଼ା, କଣ୍ଡାସାରି ଏବଂ କାଡ୍ରାକାବଣ୍ଡେଲି ଭଳି 6 ଖଣ୍ଡ ଗ୍ରାମର ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହାର ପ୍ରତିବାଦରେ ଜିଲ୍ଲାଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଶତାଧିକ ଡ଼ଙ୍ଗରିଆ। ଶ୍ରମ କାର୍ଡ଼ ପାଇବା ପାଇଁ ସମ୍ପୃକ୍ତ 6 ଖଣ୍ଡ ଗାଁର ଲୋକେ ଜାଗୃତିଗୁଡ଼ା ଗାଁର ନିତ୍ୟାନନ୍ଦ ପ୍ରଧାନଙ୍କ ସହିତ ଯୋଗାଯୋଗ କରିଥିଲେ।
ତେବେ ଏହି କାମ ବିଶ୍ବନାଥ ବିଭର ନାମକ ଅନ୍ୟ ଜଣେ ଯୁବକ କରୁଥିବାରୁ, ସେମାନେ ବିଶ୍ବନାଥଙ୍କୁ ଗତ ୨୦୧୮ ଜୁନ ମାସରେ ଜଣକ ପିଛା ୫୨୦ ଟଙ୍କା ହିସାବରେ ମୋଟ ୬୦ ହଜାର ଦେଇଥିଲେ। ଏହି କାର୍ଡ଼ ମିଳିଲେ ୧୦ ହଜାର ଟଙ୍କା ସହିତ ସାଇକେଲ ଏବଂ ଘର ଖଣ୍ଡିଏ ମିଳିବାର ପ୍ରଲୋଭନ ଦେଖାଇ ଟଙ୍କା ଲୁଟି ନେଇଛନ୍ତି ।