ଓଡିଶା

odisha

By

Published : Aug 14, 2021, 9:37 AM IST

ETV Bharat / state

ଶିଶୁ ଶ୍ରମିକ ନିୟୋଜନ, ପୂର୍ତ୍ତ ବିଭାଗ ନାମରେ ମାମଲା ରୁଜୁ କଲା ଶ୍ରମ ବିଭାଗ

ଶିଶୁ ଶ୍ରମିକ ନିୟୋଜନ ଅଭିଯୋଗରେ ରାୟଗଡା ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ରାୟଗଡା ଥାନାରେ ପୂର୍ତ୍ତ ବିଭାଗ ନାମରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ...

ଶିଶୁ ଶ୍ରମିକ ନିୟୋଜନ, ପୂର୍ତ୍ତ ବିଭାଗ ନାମରେ ମାମଲା ରୁଜୁ କଲା ଶ୍ରମ ବିଭାଗ
ଶିଶୁ ଶ୍ରମିକ ନିୟୋଜନ, ପୂର୍ତ୍ତ ବିଭାଗ ନାମରେ ମାମଲା ରୁଜୁ କଲା ଶ୍ରମ ବିଭାଗ

ରାୟଗଡ଼ା:ଶିଶୁ ଶ୍ରମିକ ନିୟୋଜନ ଅଭିଯୋଗରେ ପୂର୍ତ୍ତ ବିଭାଗ ନାମରେ ମାମଲା ରୁଜୁ କଲା ଶ୍ରମ ବିଭାଗ । ରାୟଗଡା ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ରାୟଗଡା ଥାନାରେ ପୂର୍ତ୍ତ ବିଭାଗ ନାମରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

ଶିଶୁ ଶ୍ରମିକ ନିୟୋଜନ, ପୂର୍ତ୍ତ ବିଭାଗ ନାମରେ ମାମଲା ରୁଜୁ କଲା ଶ୍ରମ ବିଭାଗ

ସୂଚନାମୁତାବକ, ଗତ ୫ ତାରିଖ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣଧିନ ଅକ୍ସିଜେନ ପ୍ଲାଣ୍ଟରେ ୧୨ ଜଣ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିଲେ । ଏହା ଜଣାପଡିବା ପରେ ଶ୍ରମ ବିଭାଗ ଓ ଚାଇଲ୍ଡ ଲାଇନ ମିଳିତ ଭାବେ ଉକ୍ତ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣା ନେଇ ସହକାରୀ ଶ୍ରମ ଅଧିକାରୀଙ୍କ ଦ୍ବାରା ରାୟଗଡା ଥାନାରେ ଏକ ମାମଲା ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାର ନାମରେ ରୁଜୁ ହୋଇଛି ।

ଜଣେ ଡିଏସପି ଏହି ଘଟଣାର ତଦନ୍ତ ବର୍ତ୍ତମାନ କରୁଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସପି । ତେବେ ଏହି ଘଟଣା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details