ରାୟଗଡା: ଜିଲ୍ଳାର ଜେକେପୁର ସ୍ଥିତ କୋଭିଡ କେୟାର ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ ଆଣିଲେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀ ଅଭିଯୋଗ ଆଣିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ସାଂସଦ କ୍ଷୋଭ ପ୍ରକାଶ କରିଛନ୍ତି ।
କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ ଆଣିଲେ କୋରାପୁଟ ସାଂସଦ କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଠିକ ଭାବେ ଖାଦ୍ୟ ଔଷଧ ଦିଆଯାଉନଥିବା ଓ ନିଶ୍ବାସରେ କଷ୍ଟ ଅନୁଭବ କରୁଥିବା ରୋଗୀଙ୍କୁ ଅକ୍ସିଜେନ ଦିଆ ଯାଉ ନଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହାଛଡା ହସ୍ପିଟାଲରେ ପରିମଳ ବ୍ୟବସ୍ଥା ଠିକ ନଥିବା ମଧ୍ୟ ଭିଡିଓ ମାଧ୍ୟମରେ ଅଭିଯୋଗ କରିଛନ୍ତି କୋରୋନା ସଂକ୍ରମିତ ।
ଜିଲ୍ଳାରେ କୋଭିଡ ହସ୍ପିଟାଲରେ ଏଭଳି ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏକାଧିକ ଅଭିଯୋଗ ଆଣିଛନ୍ତି, ସାଂସଦ ସପ୍ତଗିରି ଉଲ୍ଲାକା । ଆଜି ସ୍ଥାନୀୟ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାକୁ ନିନ୍ଦା କରିବା ସହ କୋଭିଡ ହସ୍ପିଟାଲର ଅବ୍ୟବସ୍ଥା ସୁଧାରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି । ରାୟଗଡା ଜିଲ୍ଲା ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି, ଅନ୍ୟ ଜିଲ୍ଲାକୁ ପଠା ଯାଇଥିବା ଡାକ୍ତରଙ୍କୁ ଫେରାଇ ଆଣିବା ଓ କୋରୋନା ଆକ୍ରାନ୍ତଙ୍କୁ ଠିକ ଭାବେ ଚିକିତ୍ସା କରିବାକୁ ସେ ଦାବି କରିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ