ଓଡିଶା

odisha

ETV Bharat / state

ଜାତୀୟ ଶିକ୍ଷା ନୀତିକୁ ପୁରିଲା ୩ୟ ବର୍ଷ, ଆତ୍ମନିର୍ଭରଶୀଳତା ଶିକ୍ଷାନୀତିର ମୂଳ ଲକ୍ଷ୍ୟ - ଆତ୍ମନିର୍ଭରଶୀଳତା ଶିକ୍ଷାନୀତିର ମୂଳ ଲକ୍ଷ୍ୟ

ଜାତୀୟ ଶିକ୍ଷା ନୀତିକୁ ପୁରିଲା 3 ବର୍ଷ । କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ପାଳନ ହେଲା ପୂର୍ତ୍ତି ଉତ୍ସବ । ଅଧିକ ପଢନ୍ତୁ

ଜାତୀୟ ଶିକ୍ଷା ନୀତି- ୨୦୨୦କୁ ପୁରିଲା 3ବର୍ଷ
ଜାତୀୟ ଶିକ୍ଷା ନୀତି- ୨୦୨୦କୁ ପୁରିଲା 3ବର୍ଷ

By

Published : Jul 28, 2023, 10:59 PM IST

ଜାତୀୟ ଶିକ୍ଷା ନୀତି- ୨୦୨୦କୁ ପୁରିଲା 3ବର୍ଷ

ରାୟଗଡ଼ା: ଜାତୀୟ ଶିକ୍ଷା ନୀତି- ୨୦୨୦କୁ ପୁରିଲା 3ବର୍ଷ । ଏହି ଅବସରରେ ଆଜି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ସମୂହ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜାତୀୟ ଶିକ୍ଷା ନୀତି ଲାଗୁ ହେବାର ୩ ବର୍ଷ ପୂରଣ ହେତୁ କେନ୍ଦ୍ରୀୟ ବିଦ୍ୟାଳୟର କନଫରେନ୍ସ ହଲ ଠାରେ ଜାତୀୟ ଶିକ୍ଷା ନୀତିର ନିୟମାବଳୀ ବାବଦରେ ଆଲୋଚନା କରାଯାଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଭୈବଭ ଜୈନ ସଂକ୍ଷେପରେ ବିବରଣୀ ଦେବା ସହ କେଉଁ କେଉଁ ଶିକ୍ଷାନୀତିକୁ ଚଳିତ ବର୍ଷ ଠାରୁ କରାଗଲା ହେବ ସେନେଇ ପ୍ରକାଶ କରିଥିଲେ ।

କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ବୈଭବ ଜୈନ କହିଛନ୍ତି , ‘‘ଜାତୀୟ ଶିକ୍ଷା ନୀତି ପ୍ରଥମେ ଷ୍ଟାଣ୍ଡାର୍ଡ ୱାନ ଠାରୁ ଯାହାକି 6 ବର୍ଷରୁ ଊର୍ଦ୍ଧ୍ବ ପିଲାଙ୍କ ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା ଥିଲା । ମାତ୍ର ଚଳିତ ବର୍ଷ ଏହି ଶିକ୍ଷାନୀତିରେ ‘‘ବାଲ ବାଟିକା’’ ଯାହାକି ୩ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କୁ ନେଇ ପାଠ୍ୟକ୍ରମ ବ୍ୟବସ୍ଥା ପାଇଁ ଗାଇଡ୍‌ଲାଇନ ଆସିଛି । 2023-24, ବର୍ଷପାଇଁ ଏହି ଶିକ୍ଷା ବ୍ୟବସ୍ଥାକୁ ପ୍ରଚଳନ କରାଯାଇଥିଲା ମଧ୍ଯ ଏହା କିଛି ବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ରୀୟ ବିଦ୍ୟାଳୟରେ ଆସନ୍ତା ବର୍ଷଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଠିକ୍ ନିର୍ଣ୍ଣୟ ନିଆଯାଇ ନାହିଁ । ଆଉ ବର୍ତ୍ତମାନ ଶିକ୍ଷାନୀତିରେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ବ ଦେବା ସହ ବିଭିନ୍ନ ପ୍ରୋଜେକ୍ଟ ଗୁଡିକ କରିବା ଦିଗରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯାଉଛି ।’’

ଜେଏନଭି ଥେରୁବାଲିର ଅଧ୍ୟକ୍ଷ ଅଜୟ କୁମାର ମିଶ୍ର କହିଛନ୍ତି,‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅଣାଯାଇଥିବା ଜାତୀୟ ଶିକ୍ଷା ନୀତି - ୨୦୨୦ ବ୍ୟାପକ ଭିତ୍ତିକ, ନମନୀୟ, ବହୁବିଭାଗୀୟ ଶିକ୍ଷା ମାଧ୍ୟମ । ଏହା ଭାରତକୁ ଏକ ଜୀବନ୍ତ ଜ୍ଞାନର ସମାଜ ଏବଂ ବିଶ୍ୱ ଜ୍ଞାନ ମହାଶକ୍ତିରେ ପରିଣତ କରିବ।’’

ଅଧିକ ପଢନ୍ତୁ: ପିଏମ ଶ୍ରୀ ତାଲିକାରେ ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟ: ବଦଳିବ ରୂପରେଖ, ଶିକ୍ଷାରେ ଆସିବ ସଂସ୍କାର

ଅଧ୍ୟୟନ ପରିବର୍ତ୍ତେ ଶିକ୍ଷଣ ଓ ବୈଜ୍ଞାନିକ ସ୍ୱଭାବକୁ ପ୍ରୋତ୍ସାହନ ସହ ବିଶ୍ୱମୁଖୀ ଆତ୍ମ ନିର୍ଭର ଭାରତ ଓ ସାମର୍ଥ୍ୟ ଉପରେ ନୂତନ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି ବୋଲି ଛାତ୍ର ଛାତ୍ରୀ ମାନେ କହିଛନ୍ତି । ଏହି ଅବସରରେ ଗୁଣୁପୁର କେନ୍ଦ୍ରୀୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଏସ ସିଂହ, ଜେଏନଭି ଥେରୁବାଲିର ଭାରପ୍ରାପ୍ତ ଅଧ୍ୟକ୍ଷ ଅଜୟ କୁମାର ମିଶ୍ର ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details