ଓଡିଶା

odisha

କାଶୀପୁରରେ ନିୟନ୍ତ୍ରଣକୁ ଆସୁଛି ହଇଜା

By

Published : Aug 2, 2022, 11:00 AM IST

କାଶୀପୁରରେ ନିୟନ୍ତ୍ରଣ ସ୍ଥିତିକୁ ଆସୁଛି ହଇଜା । 26 ଦିନ ଧରି ଆତଙ୍କ ଖେଳାଇଥିବା ହଇଜା ସଂକ୍ରମଣରେ ସ୍ଥିତି ସୁଧାର ହେଉଥିବା ଜିଲ୍ଲାପାଳ ସ୍ଵଧା ଦେବ ସିଂ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

kashipur diarrhea situation under control said rayagada collector
କାଶୀପୁରରେ ନିୟନ୍ତ୍ରଣକୁ ଆସୁଛି ହଇଜା

ରାୟଗଡା:ନିୟନ୍ତ୍ରଣକୁ ଆସୁଛି ହଇଜା । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଗତ 26 ଦିନ ଧରି ଆତଙ୍କ ଖେଳାଇଥିବା ହଇଜା ସଂକ୍ରମଣରେ ସ୍ଥିତି ସୁଧାର ହେଉଥିବା ଜିଲ୍ଲାପାଳ ସ୍ଵଧା ଦେବ ସିଂ ସୂଚନା ଦେଇଛନ୍ତି । ଗତ ଦୁଇଦିନ ତଳେ କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ଯୋଗାଇ ଦିଆଯାଉଥିବା ଟାଙ୍କର ପାଣିରେ ଇ- କୋଲାଇ ଜୀବାଣୁ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା । ଏହାପରେ ତୁରନ୍ତ ଟାଙ୍କର ବଦଳାଇ ନୂତନ ପାଣି ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

କାଶୀପୁରରେ ନିୟନ୍ତ୍ରଣକୁ ଆସୁଛି ହଇଜା

ରାୟଗଡ଼ା ଜିଲ୍ଲାପାଳ ସ୍ଵଧା ଦେବ ସିଂ କହିଛନ୍ତି," ହଇଜା ଆକ୍ରାନ୍ତ ସଂଖ୍ୟା 50 ତଳକୁ ଖସିଥିବାବେଳେ ବିଭିନ୍ନ ହସ୍ପିଟାଲରେ 50 ଜଣ ରୋଗୀ ଚିକିତ୍ସା ହେଉଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । କାଶୀପୁର ବ୍ଲକରେ ବର୍ତ୍ତମାନ ୪୦ରୁ ୫୦ କେସ ରହିଛି । କିନ୍ତୁ ନୂଆ ସାଂଘାତିକ ସ୍ଥିତି ଦେଖାଯାଇ ନାହିଁ ।" ସେପଟେ କଲ୍ୟାଣସିଙ୍ଗପୁର ବ୍ଲକରେ 9 ଜଣ ହଇଜା ଆକ୍ରାନ୍ତଙ୍କ ମଧ୍ୟରୁ ଜଣକ ଠାରେ ଭିବ୍ରିଓ କଲେରା ଜୀବାଣୁ ଚିହ୍ନଟ ହୋଇଥିବା ସ୍ଵଷ୍ଟ କରିଛନ୍ତି ରାୟଗଡା ସିଡିଏମଓ ଡା. ଲାଲମୋହନ ରାଉତରାୟ ।

ସେହିପରି କଲ୍ୟାଣସିଙ୍ଗପୁର ବ୍ଲକରେ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି । ସୋମବାର ସୁଦ୍ଧା ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଥିବା ବେଳେ ସରକାରୀ ଭାବେ 10 ରେ ରହିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ 159 ଜଣ ହଇଜା ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ 109 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ 200 ରୁ ଉର୍ଦ୍ଧ୍ବ ହଇଜା ଆକ୍ରାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛଡ଼ାଯାଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ସୋମବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୮୦କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୩୬୯ ଗ୍ରାମର ପାନୀୟ ଜଳ ବିଶୋଧନ କରାଯାଇଛି । ଏଥିସହ ବ୍ଲକର ୩୯୭ ଟି ଗ୍ରାମ ସର୍ଭେଲାନ୍ସରେ ରହିଥିବା ସ୍ୱାସ୍ଥ୍ୟବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details