ଓଡିଶା

odisha

ETV Bharat / state

ପିଡ଼ି ବଦଳି ବାତିଲ ଦାବିରେ ବନ୍ଦ ହେଲା କାଶୀପୁର ବ୍ଲକ - କାଶୀପୁର ବ୍ଲକରେ ଆନ୍ଦୋଳନ

ରାୟଗଡ଼ା ଜିଲ୍ଲାରେ ପିଡ଼ି ବଦଳି ବାତିଲ ଦାବିରେ କାଶୀପୁର ବ୍ଲକକୁ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । ଅଧିକ ପଢନ୍ତୁ...

ପିଡ଼ି ବଦଳି ବାତିଲ ଦାବିରେ ବନ୍ଦ ହେଲା କାଶୀପୁର ବ୍ଲକ
ପିଡ଼ି ବଦଳି ବାତିଲ ଦାବିରେ ବନ୍ଦ ହେଲା କାଶୀପୁର ବ୍ଲକ

By

Published : Apr 23, 2021, 7:28 AM IST

ରାୟଗଡ଼ା: ତିନି ମାସ ନ ପୂରୁଣୁ ପୁଣି 3 ଜଣ ପିଡିଙ୍କୁ ଜିଲ୍ଲାରେ ବଦଳି କରାଯାଇଥିବା ବେଳେ ଏବେ ମାସେ ହୋଇନଥିବା ବେଳେ ନବ ନିଯୁକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ବଦଳି ନେଇ ଜୋର ଧରିଛି ରାଜନୀତି । ରାଜନୈତିକ ଚାପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି ଅଭିଯୋଗ କରିଛି ବିରୋଧୀ ଦଳ । ତେବେ ସରକାର ନିଷ୍ପତ୍ତିରେ ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଚେତନ ନାଗରିକ ମଞ୍ଚ ଚେତାବନୀ ଦେଇଛି ।

ପିଡ଼ି ବଦଳି ବାତିଲ ଦାବିରେ ବନ୍ଦ ହେଲା କାଶୀପୁର ବ୍ଲକ

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ବର ନାଏକଙ୍କ ଗତ ଦେଢ ମାସ ତଳେ ବଦଳି ହୋଇଥିଲା । କିନ୍ତୁ ବୁଧବାର ହଠାତ ମହେଶ୍ଵର ନାୟକଙ୍କ ବଦଳିକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖା ଦେଇଛି । ବଦଳି ବାତିଲ ଦାବିରେ କାଶୀପୁର ଆଞ୍ଚଳିକ ବିକାଶ ପରିଷଦ ପିଡ଼ିଙ୍କ ପୁନଃ ଥଇଥାନ ଦାବି କରି ଗୁରୁବାର ଟିକିରି, କାଶୀପୁରରେ ବନ୍ଦ ପାଳନ କରାଯାଇଛି । ପରିଷଦର ଆହ୍ବାନକ୍ରମେ ସାରା ବ୍ଲକରେ ଗୁରୁବାର ଗାଡ଼ି ଚଳାଚଳ ସାଙ୍ଗକୁ ଦୋକାନ ବଜାର ବନ୍ଦ ରହିଥିଲା ।

ସରକାରୀ, ବେସରକାରୀ ଅଫିସକୁ ପିକେଟିଂ କରି ଆନ୍ଦୋଳନକାରୀ ମାନେ ବନ୍ଦ କରିଦେଇଥିଲେ । ମୁଖ୍ୟ ରାସ୍ତା ଗୁଡିକରେ ପୋଷ୍ଟର ଲଗାଇ ରାସ୍ତାରୋକ କରାଯାଇଥିଲା । ସକାଳ ୬ଟାରୁ କାଶୀପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ବଦଳି ବାତିଲ ଦାବିରେ ବିକାଶ ପରିଷଦ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି । ସେହିପରି ରାୟଗଡ଼ା ଏସସି/ଏସିଟି ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ପଞ୍ଚାୟତରାଜ ବିଭାଗ ମୁଖ୍ୟ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ମଞ୍ଚ ସଦସ୍ୟମାନେ କୋରାପୁଟ ଛକରୁ ପଦଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବା ବାଟରେ କୋଭିଡ଼ କଟକଣା ଯୋଗୁଁ ପୋଲିସ ମଞ୍ଚ ରାଲିକୁ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଅଟକାଇଥିଲା । ଅତ୍ୟଧିକ ଗହଳି ନ କରି କେବଳ ୫ ଜଣଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲା । ଫଳରେ ମଞ୍ଚ କର୍ତ୍ତୃପକ୍ଷ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details