ରାୟଗଡ଼ା:ବନ୍ଦ ସରକାରୀ ବାସଭବନରୁ କଲ୍ୟାଣସିଂହପୁର ବନ ବିଭାଗର ଡେପୁଟି ରେଞ୍ଜରଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଛି । କଲ୍ୟାଣସିଂହପୁର ବନ ବିଭାଗର ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବାସିନ୍ଦା । ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ କଲ୍ୟାଣସିଂହପୁର ବନ ବିଭାଗ କର୍ମଚାରୀ ଡେପୁଟି ରେଞ୍ଜରଙ୍କ ସରକାରୀ ବାସଭବନକୁ ଆସି କବାଟ ବାଡ଼େଇଥିଲେ ।
ତେବେ ଦୀର୍ଘ ସମୟ ଧରି ବ୍ରଜମୋହନ ଭୋଇ କବାଟ ଖୋଲିନଥିଲେ । ଏହାପରେ କର୍ମଚାରୀମାନେ ଝରକା ଦେଇ ଦେଖିବା ବେଳକୁ ସେ ଉଲଗ୍ନ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ । ଏହାକୁ ନେଇ ବନ ବିଭାଗ କର୍ମଚାରୀ ରେଞ୍ଜରଙ୍କୁ ସୂଚନା ଦେଇଥିଲେ । ସେପଟେ ରେଞ୍ଜର ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ।