ରାୟଗଡା: ଟୀକାକରଣକୁ ନେଇ ବିବାଦରେ ରାୟଗଡା ଜେକେ କାଗଜକଳର କର୍ମଚାରୀ । ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ ରାଜସ୍ବ , ପୋଲିସ ଏବଂ ପରାମିଲିଟାରୀ ବାହିନୀଙ୍କୁ ଟୀକାକାରଣ କରିବାର ବ୍ୟବସ୍ଥା ରହିଥିବାବେଳେ ଜେକେ କାଗଜକଳର ଜମେ କର୍ମଚାରୀ ନେଇଛନ୍ତି ଟିକା । ସେମାନେ ଆଗଧାଡ଼ିର କୋରୋନା ଯୋଦ୍ଧା ହୋଇନଥିବା ବେଳେ କେମିତି ଟିକା ନେଲେ ତାକୁ ନେଇ ପ୍ରଶ୍ନ ଉଠିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କଡା ଆଭିମୁଖ୍ୟ ଗ୍ରହଣ କରିଛି । କେଉଁ ପରିସ୍ଥିତିରେ କାଗଜକଳର କର୍ମଚାରୀ ମାନଙ୍କୁ ଟିକା ଦିଆଗଲା ଓ କେତେ ଡୋଜ୍ ଟିକା ଦିଆଗଲା ୨୪ ଘଣ୍ଟା ମଧ୍ୟରେ ତାହାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଜିଲ୍ଲା ଭ୍ୟାକସିନ ମ୍ୟାନେଜର ତଥା ଏଡିଏମଓଙ୍କୁ ସିଡିଏମଓ ନିର୍ଦେଶ ଦେଇଛନ୍ତି ।
କେବଳ ସେତିକି ନୁହେଁ ଟିକା ନେବା ପାଇଁ ଜେକେ କାଗଜକଳର କର୍ମଚାରୀମାନଙ୍କୁ ତାଲିକା ପ୍ରସ୍ତୁତ ହୋଇଥିଲା କି ନାହିଁ , କେଉଁ ହିସାବରେ ସେମାନଙ୍କ ନାମ ପଞ୍ଜୀକରଣ ହୋଇଥିଲା ସେ ସଂକ୍ରାନ୍ତରେ ମଧ୍ୟ ତଦନ୍ତ କରିବାକୁ ସିଡିଏମଓ ଆର୍ତ୍ତବଂଧୁ ନାୟକ ନିର୍ଦେଶ ଦେଇଛନ୍ତି ।