ରାୟଗଡା: ବିଜେପି ପକ୍ଷରୁ ସ୍ଥାନୀୟ ଜନଔଷଧି କେନ୍ଦ୍ରରେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରଧାନମନ୍ତ୍ରୀ ଜନ ଔଷଧି ଦିବସ ପାଳିତ ହେବା ସହ ଲୋକଙ୍କୁ ଏହି ଔଷଧ କମ ଦରରେ ମିଳୁଥିବା ନେଇ ସଚେତନ କରାଯାଇଛି ।
ରାୟଗଡାରେ ଜନଔଷଧି ଦିବସ ପାଳିତ - ଜନଔଷଧି ଦିବସ ପାଳିତ
ରାୟଗଡାରେ ବିଜେପି ପକ୍ଷରୁ ସ୍ଥାନୀୟ ଜନଔଷଧି କେନ୍ଦ୍ରରେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରଧାନମନ୍ତ୍ରୀ ଜନ ଔଷଧି ଦିବସ ପାଳିତ । ଅଧିକ ପଢନ୍ତୁ...
ରାୟଗଡାରେ ଜନଔଷଧି ଦିବସ ପାଳିତ
ରାୟଗଡାରେ ଜନଔଷଧି ଦିବସ ପାଳିତ
ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପରିକଳ୍ପିତ ଏହି ଯୋଜନାରେ ଗରିବ ଜନସାଧାରଣ ଏହାର ଲାଭ ଉଠାଇବାକୁ କର୍ମୀଙ୍କ ଦ୍ଵାରା ଲୋକଙ୍କୁ ସଚେତନ କରାଯାଇଛି । ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟା ସାରଦା ସେନାପତି, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରଜତ ମାଦଳା ସମେତ ବହୁ କର୍ମୀ ଉପସ୍ଥିତ ରହି ଲୋକଙ୍କୁ ଜନଔଷଧିର ଗୁଣବତ୍ତା ନେଇ ସଚେତନ କରାଇଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ