ରାୟଗଡା: ଗୁଟଖା ସ୍ବାସ୍ଥ୍ୟପ୍ରତି ହାନିକାରକ । ଏକଥା ସମସ୍ତେ ଜାଣିଥିଲେ ବି ଅନେକ ମାନୁନଥିବା ଦେଖାଯାଏ । ଯାହାର ସଦ୍ୟ ଉଦାହରଣ ହେଉଛି ରାୟଗଡା ଜିଲ୍ଲା । ଏଠାରେ ଜୋରଦାର ଚାଲିଛି ଗୁଟଖା କାରବାର ।
ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଅନ୍ତରାଜ୍ୟ ବ୍ୟବସାୟୀଙ୍କ ନଜରରେ ରହିଛି ରାୟଗଡା ଜିଲ୍ଲା । ବିଶେଷ କରି ଶ୍ରମିକଙ୍କୁ ଆଖି ଆଗରେ ରଖି ଏପରି ବ୍ୟବସାୟ ଚଳାଇଛନ୍ତି ବ୍ୟବସାୟୀ । ଗୁଟଖା ଖାଇଲେ ମୁଖ ଗହ୍ବର କର୍କଟ ହେଉଥିବା ଜାଣି ବି ଏଥିପ୍ରତି ଲୋକଙ୍କ ଘୃଣା ଭାବ ଆସୁନି କି ପ୍ରଶାସନ ସଠିକ ଭାବେ ବୁଝାଇବାରେ ସଫଳ ମଧ୍ୟ ହେଉନାହିଁ ।
ସେପଟେ ତମାଖୁ ରୋକିବାରେ ପୋଲିସ ପ୍ରୟାସ ଜାରିକରିଥିବାବେଳେ ବର୍ଷକରେ ଏକ କୋଟି 96 ଲକ୍ଷ 22 ହଜାର ଟଙ୍କାର ତମାଖୁ ଜବତ କରିବାରେ ସଫଳ ହୋଇଛି । ବିଭିନ୍ନ ଥାନାରେ 33ଟି ମାମଲା ରୁଜୁ କରିଛି ପୋଲିସ । 646 କାର୍ଟୁନ ସିଗାରେଟ ଜବତ କରିବା ସହ ବାହାର ରାଜ୍ୟରୁ ଆସୁଥିବା ବସ୍ତାବସ୍ତା ଗୁଟଖା ଜବତ କରିଛି । ସେହିପରି ଦିଲ୍ଲୀରୁ ରାୟଗଡା ଚାଲାଣ ହେଉଥିବା ଏକ ଗୁଟଖା କଣ୍ଟେନର ଜବତ ପରେ ଏହାର ଚେର ବହୁତ ଲମ୍ବା ବୋଲି କୁହାଯାଉଛି ।