ଓଡିଶା

odisha

ETV Bharat / state

ରାୟଗଡା ଜିଲ୍ଲାରେ ବିପର୍ଯ୍ୟସ୍ତ ସରକାରୀ ସ୍ବାସ୍ଥ୍ୟସେବା - Interview with raygada sdmo

ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ରାୟଗଡ଼ା ଜିଲ୍ଲାରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ମାତ୍ର ସରକାରୀ ଭାବେ ୧୪୯ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କାମକରୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Jul 18, 2019, 10:22 PM IST

ରାୟଗଡା: ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଏହି କ୍ରମରେ ୨୦୧୩ ମସିହାରେ କ୍ରମବର୍ଦ୍ଧିଷ୍ଣୁ ରାୟଗଡ଼ା ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ପୁନର୍ବାର ୨୦୧୬ରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିଥିଲେ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି 1992 ମସିହାରେ ନୂତନ ଜିଲ୍ଲାର ମାନ୍ୟତା ପାଇବା ପରେ ଏହି ଡ଼ାକ୍ତରଖାନାକୁ 66 ଶଯ୍ୟାରୁ 99 ବିଶିଷ୍ଟ ଶର୍ଯ୍ୟାକୁ ଜିଲ୍ଲାସ୍ତରୀୟ ମେଡ଼ିକାଲର ମାନ୍ୟତା ମିଳିଥିଲା । ସେତେବେଳେ ସରକାର ଏହି ମେଡ଼ିକାଲକୁ ୪୮ ଜଣ ଡ଼ାକ୍ତର ରହିବା ପାଇଁ ମଞ୍ଜୁରୀ ଦେଇଥିଲେ । ଏଥିସହିତ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଯେଭଳି ବ୍ୟାହତ ନହୁଏ ସେଥିପାଇଁ ଲିଭ ରିଜର୍ଭ ମେଡ଼ିକାଲ ଅଫିସର ଭାବେ ସେଥିମଧ୍ୟରୁ ୨୧ଟି ଡ଼ାକ୍ତର ପଦବୀକୁ ମଞ୍ଜୁର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ମୋଟାମୋଟି ଭାବେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା ପାଇଁ ୨୭ ଡାକ୍ତରଙ୍କ ମଧ୍ୟରୁ ୧୯ ଏବଂ ୨୧ ଜଣ ଲିଭ ରିଜର୍ଭ ମେଡ଼ିକାଲ ଅଫିସରଙ୍କ ମଧ୍ୟରୁ ୧୩ ଜଣ ଡ଼ାକ୍ତର ରହିଛି । ତେବେ ୩୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲର ଭିତ୍ତିଭୂମି ଥାଇ ମଧ୍ୟ ସରକାରୀ ଭାବେ ୧୪୯ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କାମ କରୁଛି । ତେବେ ସ୍ୱାସ୍ଥ୍ୟ ବିଭାଗର କଚ୍ଛପ ଗତି ରାୟଗଡ଼ା ଜିଲ୍ଲାବାସୀଙ୍କ ମେଡ଼ିକାଲ କଲେଜ ସ୍ୱପ୍ନ ସାକାର କରିବା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details