ରାୟଗଡ଼ା:ଜିଲ୍ଲାରେଭାରତୀୟ ମଜଦୁର ସଂଘ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଏହି ଉପଲକ୍ଷେ ରାୟଗଡ଼ା ସହରର ଗଜପତି ଛକ ଠାରୁ ମହିଳାମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା । ଶେଷରେ ଶୋବାଯାତ୍ରା ସ୍ଥାନୀୟ ଗାନ୍ଧୀ ପାର୍କରେ ପହଞ୍ଚିଥିଲା ।
ସେଠାରେ ଭାରତୀୟ ମଜଦୂର ସଙ୍ଘ ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ୱର ଦାଶ ଯୋଗ ଦେଇଥିଲେ । ରାୟଗଡା ଜିଲ୍ଲାର ୧୧ଟି ବ୍ଳକରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଛି । ତା ସହିତ ଜିଲ୍ଲା ସଦର ମହକୁମାରେ ମଧ୍ୟ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି ।